ଖୋଲିଲା ଘଟଗାଁର ମା’ ତାରିଣୀ ମନ୍ଦିର
- ଦର୍ଶନ ପାଇଁ ମାସ୍କ ଓ ସାନିଟାଇଜ ବାଧ୍ୟତାମୂଳକ
- ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ନେବା ମନା
କେନ୍ଦୁଝର : କୋଭିଡ କଟକଣା ଭିତରେ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆଜିିଠୁ ଖୋଲିଛି ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି ।
କରୋନା କଟକଣା ମାନି ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କଟକଣାକୁ ବଧ୍ୟାତାମୂଳକ କରାଯାଇଛି। ମନ୍ଦିର ମଧ୍ୟକୁ ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନା କରା ଯାଇଛି। ଶ୍ରଦ୍ଧାଳୁ ମାନେ ମନ୍ଦିର ମଧ୍ୟକୁ ଭୋଗ ନଡ଼ିଆ, ଧୂପ, ଦୀପ ଆଦି ନେଇପାରିବେ ନାହିଁ। ଏହା ଛଡା ଅନ୍ୟାଦେଶ ପର୍ଯ୍ୟନ୍ତ ମନ୍ଦିରରେ ବିବାହ ଓ ବ୍ରତ ଆଦି ମଧ୍ୟ ବନ୍ଦ ରହିବ। ତେବେ ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କର ଚୂଳ ପକାଇବା ପାଇଁ ପାଞ୍ଚ ନମ୍ୱର୍ ଗେଟ୍ ରେ ପ୍ରବେଶ କରି ପାରିବେ। ମାସ୍କ ପିନ୍ଧିବେ ଓ ଅତିକମ୍ ରେ ୬ ଫୁଟ୍ ବ୍ୟବଧାନରେ ପ୍ରବେଶ କରିବେ । ଏକକାଳୀନ ୫ ଜଣରୁ ଅଧିକ ପ୍ରବେଶ କରିବେ ନାହିଁ । ଧର୍ମାନୁଷ୍ଠାନର ପ୍ରବେଶ ଓ ପ୍ରସ୍ଥାନ ପଥରେ ସାନିଟାଇଜର ବ୍ୟବସ୍ଥା ରହିବ । ଏହାସହିତ ନିୟମିତ ବ୍ୟବଧାନରେ ଧର୍ମାନୁଷ୍ଠାନ ପରିସରକୁ ସାନିଟାଇଜ୍ କରାଯିବ । ସକାଳ ସାଢେ଼ ୭ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୪ଟାରୁ ୭ଟା ଯାଏଁ ମନ୍ଦିର ଖୋଲା ରହିବ।