ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବୀପତ୍ର ପ୍ରଦାନ
ବାଲେଶ୍ୱର : ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସାକ୍ଷାତ କରି ବାଲେଶ୍ୱର ବାସୀଙ୍କର ଦୁଇଟି ଦାବୀ ବିଷୟରେ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରଥମତଃ ବାଲେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ରେଲୱେ ଷ୍ଟେସନ ହୋଇଥିବାରୁ ଓ ଏହାକୁ ଦକ୍ଷିଣ ପୂର୍ବାଞ୍ଚଳ ଅନ୍ତର୍ଗତ ଖଡ଼ଗପୁର ଡିଭିଜନରେ ରଖିବା ହେତୁ ବହୁ ସମସ୍ୟା ହେଉଥିବାରୁ ଏହାକୁ ଦକ୍ଷିଣପୂର୍ବ ରେଳବାଇରୁ ବାହାର କରି ରୁପସା-ବାଙ୍ଗିରିପୋଷୀ ସେକସନକୁ ମିଶାଇ ବାଲେଶ୍ୱରକୁ ପୂର୍ବତନ ରେଳବାଇ ଅଧିନରେ ଏକ ସ୍ୱତନ୍ତ୍ର ଡିଭିଜନରେ ମାନ୍ୟତା ଦିଆଯାଉ ।
ଦ୍ୱିତୀୟରେ ଦୀର୍ଘ ଦିନ ଧରି ନୀଳଗିରି -ଡାହାଣିମରା-ଗୋପିନାଥପୁର ମାଲବୁହା ରେଳଷ୍ଟେସନକୁ ଏକ ପାସେଞ୍ଜର ରେଳ ଷ୍ଟେସନରେ ପରିଣତ କଲେ ଅନେକ ଗରିବ ଆଦିବାସୀ ଲୋକ ଉପକୃତ ହୋଇପାରିବେ । କେନ୍ତ୍ର ରେଳ ମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପୂର୍ବରୁ ସାଂସଦ ଶ୍ରୀ ଷଡ଼ଙ୍ଗୀ ବାଲେଶ୍ୱର ରେଲୱେ ଷ୍ଟେସନର ଆଧୁନିକ କରଣ ପାଇଁ ଚିଠି ଲେଖିଥିଲେ ଓ ପୂର୍ବ ରେଳମନ୍ତ୍ରୀ ପିୟୁଷ ଗୋଏଲ ଙ୍କ ସହ ଆଲୋଚନା କରିଥିଲେ । ଆନନ୍ଦର ବିଷୟ ଯେ ସରକାର ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ୱରୂପ ସର୍ଭେ କରାଇ ଏକ ଡି.ପି.ଆର ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ମାନ୍ୟବର ରେଳମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ଧନ୍ୟବାଦ ପ୍ରଦାନ କରିଛନ୍ତି ।