ଟୋକିଓ ଅଲିମ୍ପିକ୍ସ : ବ୍ରୋଞ୍ଜ ପଦକରୁ ବଞ୍ଚିତ ହେଲେ ଭାରତର ଅଦିତି ଅଶୋକ
ଟୋକିଓ : ଶେଷ ପର୍ଯ୍ୟାୟରେ ଟୋକିଓ ଅଲିମ୍ପିକ୍ସ । ଆଉ ଦୁଇ ଦିନର ଖେଳ ପରେ କ୍ରୀହା ମହାକୁମ୍ଭରେ ପଡିବ ଯବନିକା। ଏହି ପରିପ୍ରେକ୍ଷୀରେ ଶନିବାର ୧୬ମ ଦିନରେ ଭାରତକୁ ନିରାଶ କଲେ ଗଲ୍ଫ ଖେଳାଳି ଅଦିତି ଅଶୋକ । ଅଳ୍ପକେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି ସେ । ନ୍ୟୁଜିଲାଣ୍ଡର ଲିଡିଆ କୋଙ୍କ ଠାରୁ ସେ ମାତ୍ର ଗୋଟିଏ ପଏଣ୍ଟ କମ ପାଇଁ ୪ର୍ଥ ସ୍ଥାନରେ ରହିଛନ୍ତି ।
ବ୍ରୋଞ୍ଜ ଦୌଡ଼ରେ ରହିବାକୁ ଅଦିତି ୭୨ ତମ ଛିଦ୍ରରେ ବଲ ପକାଇବାକୁ ଗୋଟିଏ ‘ବାର୍ଡି’ ଆବଶ୍ୟକ କରୁଥିଲେ । ମାତ୍ର ସେ ପ୍ରଥମ ଉଦ୍ୟମରେ ବିଫଳ ହୋଇଥିଲେ । ପଦକ ପାଇନଥିଲେ ବି ଅଲିମ୍ପିକ୍ସ ପରି ପ୍ରତିଯୋଗିତାରେ ୪ର୍ଥ ସ୍ଥାନ ପାଇବା ଅଦିତିଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । କାରଣ ବିଶ୍ୱର ୨୦୦ ନମ୍ବର ମାନ୍ୟତାପ୍ରାପ୍ତ ମହିଳା ଗଲ୍ଫରଭାବେ ସେ ଅଲିମ୍ପିକ୍ସକୁ ଆସିଥିଲେ । ସୂଚନା ଯେ, ଟୋକିଓର କାସୁମିଗାସେକି କଣ୍ଟ୍ରି କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ଆମେରିକାର ନେଲି କୋର୍ଡା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସ୍ୱର୍ଣ୍ଣ ଜିତିଥିବା ଆମେରିକାର କୋର୍ଡୋ ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ମହିଳା ଗଲ୍ଫର ଭାବେ ପରିଚିତ । ତେବେ ରୌପ୍ୟ ପଦକ ବିଜେତାଙ୍କ ନାମ ଏବେ ବି ଚୂଡ଼ାନ୍ତ ହୋଇନାହିଁ । ଲିଡିଓ କୋ ଓ ଜାପାନର ଇନାମି ମୋନଙ୍କ ମଧ୍ୟରେ ପଏଣ୍ଟ ଟାଏ ରହିଥିବାରୁ ସେମାନଙ୍କ ମଧ୍ୟରେ ମୁକାବିଲା ଜାରି ରହିଛି ।