ବିଶ୍ୱରେ ଆଉ ୪,୬୧,୨୪୬ ସଂକ୍ରମିତ ଓ ୭,୧୭୩ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୮୯ଲକ୍ଷ ୭୦ହଜାର ୩୩୧ ଓ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୩୯ହଜାର ୬୨୧କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୬୧ହଜାର ୨୪୬ ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୧୭୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୮୯ଲକ୍ଷ ୭୦ହଜାର ୩୩୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୩୯ହଜାର ୬୨୧ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୯୫ଲକ୍ଷ ୯୩ହଜାର ୯୧୯ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୫୧ଲକ୍ଷ ୩୬ହଜାର ୭୯୧ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୭ଲକ୍ଷ ୬୭ହଜାର ୧୨୬ ସଂକ୍ରମିତ ଓ ୬ଲକ୍ଷ ୨୯ହଜାର ୩୮୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୯ଲକ୍ଷ ୩୮ହଜାର ୩୫୮ ସଂକ୍ରମିତ ଓ ୫ଲକ୍ଷ ୫୬ ହଜାର ୮୮୬ମୃତ, ଋଷିଆରେ ୬୨ ଲକ୍ଷ ୮୮ ହଜାର ୬୭୭ ସଂକ୍ରମିତ ଓ ୧ଲକ୍ଷ ୫୯ ହଜାର ୩୫୨ ମୃତ, ଫ୍ରାନ୍ସରେ ୬୧ ଲକ୍ଷ ୪୬ ହଜାର ୬୧୯ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୮୮୫ ମୃତ, ୟୁକେରେ ୫୮ ଲକ୍ଷ ୮୦ ହଜାର ୬୬୭ ସଂକ୍ରମିତ ଓ ୧ ଲକ୍ଷ ୨୯ ହଜାର ୭୧୯ ମୃତ, ତୁର୍କୀରେ ୫୭ ଲକ୍ଷ ୪୭ ହଜାର ୯୩୫ ସଂକ୍ରମିତ ଓ ୫୧ ହଜାର ୪୨୮ ମୃତ, ଆର୍ଜେଣ୍ଟିନାରେ ୪୯ ଲକ୍ଷ ୩୫ ହଜାର ୮୪୭ ସଂକ୍ରମିତ ଓ ୧ ଲକ୍ଷ ୫ ହଜାର ୭୭୨ମୃତ, କଲୋମ୍ବିଆରେ ୪୭ ଲକ୍ଷ ୯୪ ହଜାର ୪୧୪ ସଂକ୍ରମିତ ଓ ୧ ଲକ୍ଷ ୨୦ ହଜାର ୯୯୮ମୃତ, ସ୍ପେନରେ ୪୩ ଲକ୍ଷ ୪୭ ହଜାର ୪୪ ସଂକ୍ରମିତ ଓ ୮୧ ହଜାର ୪୮୬୨ ମୃତ, ଇଟାଲିରେ ୪୩ ଲକ୍ଷ ୫୫ ହଜାର ୩୪୮ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୬୭ମୃତ ରହିଛନ୍ତି ।