ଟୋକିଓ ଅଲିମ୍ପିକ୍ସ : ପୁଣି ନିରାଶ କଲେ ଦୂତି, ୨୦୦ ମିଟର ଦୌଡ଼ରେ ସପ୍ତମ ସ୍ଥାନ ହାସଲ
ଟୋକିଓ : ପୁଣିଥରେ ନିରାଶ କଲେ ଓଡ଼ିଶାର ଧାବିକା ଦୂତି ଚାନ୍ଦ । ୨୦୦ ମିଟରରେ ଦୌଡ଼କୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କରି ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ୨୦୦ ମିଟରରେ ଦୂତୀଙ୍କ ଶ୍ରେଷ୍ଠ ଟାଇମିଂ ଥିଲା ୨୩.୦୦ ସେକେଣ୍ଡ । ସେ ୨୦୧୮ରେ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ସ ଗେମ୍ସରେ ଏହି ଟାଇମିଂ ହାସଲ କରିଥିଲେ । ୨୦୧୯ରେ ଦୋହାର କତାରଠାରେ ଆୟୋଜିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଦୂତୀ ୨୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ ।
#Olympics | Sprinter Dutee Chand finishes 7th in women's 200m heat 4, fails to advance to the semi-finals.
— ANI (@ANI) August 2, 2021
(File photo) pic.twitter.com/Dq0eW1Vbih
ସୂଚନା ଯେ, ଦୂତି ପୂର୍ବରୁ ୧୦୦ମିଟର ହିଟ୍ସର ପ୍ରଥମ ରାଉଣ୍ଡରୁ ହିଁ ଦୂତି ବିଦାୟ ନେଇଥିଲେ। ଦୂତି ହିଟ୍ସ ୫ରେ ଦୌଡ଼ି ୧୧.୫୪ ସେକେଣ୍ଡ ସହ ସପ୍ତମ ସ୍ଥାନରେ ରହିଥିଲେ। ମୋଟ ଉପରେ ସେ ୪୫ତମ ସ୍ଥାନରେ ରହିଥିଲେ। ଦୂତି ଏକମାତ୍ର ଭାରତୀୟ ମହିଳା ଧାବିକା ଭାବେ ଟୋକିଓ ଅଲିମ୍ପିକ୍ସର ୧୦୦ ଓ ୨୦୦ମିଟରରେ ଅଂଶଗ୍ରହଣ କରୁଛନ୍ତି।