ବାଲେଶ୍ୱର : ବିପଦ ସଙ୍କେତ ଉପରେ ଜଳକା
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଲଗାଣବର୍ଷା ହେବା ଫଳରେ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୫.୫୦ମି ଥିବାବେଳେ ଅପରାହ୍ନ ୬.୧୫ରେ ପ୍ରବାହିତ ହେଉଥିଲା । ସନ୍ଧ୍ୟାରେ ଜଳସ୍ତର ହ୍ରାସ ପାଇ ୬.୦୦ମିରେ ପ୍ରବାହିତ ହେଉଛି ବୋଲି ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ର ଅଶୋକ କୁମାର ଦାସ ପ୍ରକାଶ କରିଛନ୍ତି । ସମଗ୍ର ଅଞ୍ଚଳର ଚାଷୀମାନେ ବିଲରେ ଧାନ ତଳି ରୁଆ ସରିଥିବା ବେଳେ ଜଳକାର ବନ୍ୟା ଆଶଙ୍କା ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବ୍ଲକ ଅନ୍ତର୍ଗତ ମଥାନୀ, ବାହାର୍ଦ୍ଦା, କୁଡ଼ିଆ, ସଦାନନ୍ଦପୁର, ବରୁଣଗଡ଼ିଆ, ଦରଡ଼ା, ମୁକୁଳିଶ, ବ୍ରାହ୍ମଣଦା, ବରୁଣଗଡ଼ିଆ, ଗଡ଼ପଦା, ରାଉତପଡ଼ା ପ୍ରଭୃତି ପଞ୍ଚାୟତରେ ବହୁ ଚାଷ ନଷ୍ଟ ହେବାର ଆଶଙ୍କା ରହିଛି ।