ବିଶ୍ୱରେ ଆଉ ୬,୪୫,୯୯୯ ସଂକ୍ରମିତ ଓ ୧୦,୧୨୦ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୭୨ଲକ୍ଷ ୯୫ହଜାର ୪୩୧ ଓ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୧୨ହଜାର ୯୩୧କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୪୫ହଜାର ୯୯୯ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୧୨୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୭୨ଲକ୍ଷ ୯୫ହଜାର ୪୩୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୧୨ହଜାର ୯୩୧ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୮୪ଲକ୍ଷ ୮୫ହଜାର ୬୪୦ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୪୫ଲକ୍ଷ ୯୬ହଜାର ୮୬୦ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୫ଲକ୍ଷ ୭୧ହଜାର ୪୫୧ ସଂକ୍ରମିତ ଓ ୬ଲକ୍ଷ ୨୮ହଜାର ୪୬୧ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୮ଲକ୍ଷ ୩୯ହଜାର ୩୬୯ ସଂକ୍ରମିତ ଓ ୫ଲକ୍ଷ ୫୪ ହଜାର ୬୨୬ମୃତ, ଋଷିଆରେ ୬୨ ଲକ୍ଷ ୧୮ ହଜାର ୫୦୨ ସଂକ୍ରମିତ ଓ ୧ଲକ୍ଷ ୫୬ ହଜାର ୯୭୭ ମୃତ, ଫ୍ରାନ୍ସରେ ୬୦ ଲକ୍ଷ ୭୯ ହଜାର ୨୩୯ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୭୬୪ ମୃତ, ୟୁକେରେ ୫୦ ଲକ୍ଷ ୧ ହଜାର ୫୬୧ ସଂକ୍ରମିତ ଓ ୧ ଲକ୍ଷ ୨୯ ହଜାର ୫୧୫ ମୃତ, ତୁର୍କୀରେ ୫୬ ଲକ୍ଷ ୮୨ ହଜାର ୬୩୦ ସଂକ୍ରମିତ ଓ ୫୧ ହଜାର ୧୮୪ ମୃତ, ଆର୍ଜେଣ୍ଟିନାରେ ୪୯ ଲକ୍ଷ ୫ ହଜାର ୯୨୫ ସଂକ୍ରମିତ ଓ ୧ ଲକ୍ଷ ୫ ହଜାର ୧୧୩ମୃତ, କଲୋମ୍ବିଆରେ ୪୭ ଲକ୍ଷ ୪୭ ହଜାର ୭୭୫ ସଂକ୍ରମିତ ଓ ୧ ଲକ୍ଷ ୧୯ ହଜାର ୪୮୨ମୃତ, ସ୍ପେନରେ ୪୪ ଲକ୍ଷ ୨୨ ହଜାର ୨୯୧ ସଂକ୍ରମିତ ଓ ୮୧ ହଜାର ୪୪୨ ମୃତ, ଇଟାଲିରେ ୪୩ ଲକ୍ଷ ୩୬ ହଜାର ୯୦୬ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୨୯ମୃତ ରହିଛନ୍ତି ।