ବାଲେଶ୍ୱର ଜିଲାରେ ୪୫ଟି ନୂତନ ଆର୍ଆଇ ସର୍କଲ ଗଠନ
- ଜିଲାରେ ମୋଟ ଆର୍ଆଇ ସର୍କଲ ସଂଖ୍ୟା ୧୩୦କୁ ବୃଦ୍ଧି
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଆର୍ଆଇ ସର୍କଲ (ରାଜସ୍ୱ ନିରୀକ୍ଷକ ମଣ୍ଡଳ) ପୁନର୍ଗଠନ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଏଥିସହିତ ଜିଲାରେ ୪୫ଟି ନୂତନ ସର୍କଲ ଗଠନ କରାଯାଇଛି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଆଦେଶ ସଂଖ୍ୟା – ୧୮୨୮୨, ତା ୨୫.୬.୨୦୨୧ ମୂଳେ ଏହି ଆର୍ଆଇ ସର୍କଲ ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ।
ବାଲେଶ୍ୱର ତହସିଲରେ ୧୧ଟି ନୂଆ ଆର୍ଆଇ ସର୍କଲ ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ ସହଦେବଖୁଣ୍ଟା ୟୁନିଟ୍ ନଂ-୨, ପଢୁଆଁପଦା ୟୁନିଟ୍ ନଂ-୮, ଅଙ୍ଗାରଗଡ଼ିଆ-୨-ୟୁନିଟ୍-୫, ଜଦପୁର ୟୁନିଟ୍ ନଂ-୧୧, ଶ୍ରୀକଣ୍ଠପୁର ୟୁନିଟ୍ ନଂ-୧୩, ଚନ୍ଦ୍ରାଗଡ଼ି ୟୁନିଟ୍ ନଂ-୯, ମାନସିଂବଜାର ୟୁନିଟ ନଂ-୧୯, ସୁନହଟ ୟୁନିଟ୍ ନଂ-୩୦, ମାଣିଖମ୍ବ ୟୁନିଟ୍ ନଂ-୨୩, ସୁଏଲପୁର ୟୁନିଟ୍ ନଂ-୨୨ ଏବଂ ପୁରୁଣା ବାଲେଶ୍ୱର୨-ୟୁନିଟ୍ ନଂ-୩୨ ରହିଛି । ସେହିପରି ରେମୁଣା ତହସିଲରେ ୩ଟି ନୂତନ ଆର୍ଆଇ ସର୍କଲ – ବେଗୁନିଆ, ଶାଳବଣ ଏବଂ ଶିଳଶୁଆଁ, ବସ୍ତା ତହସିଲରେ ୫ଟି ନୂତନ ଆର୍ଆଇ ସର୍କଲ – ରାଉତପଡ଼ା, ମଥାନୀ, ରଘୁନାଥପୁର, ସିଙ୍ଗଲା ଏବଂ ନାଇକୁଡି, ଜଳେଶ୍ୱର ତହସିଲରେ ୫ଟି ନୂତନ ଆର୍ଆଇ ସର୍କଲ – ଗୋବରଘାଟା, ମହମ୍ମଦ ନଗର ପାଟଣା, ଗୋପୀମହନପୁର, ଦକ୍ଷିଣ ପ୍ରହରାଜପୁର ଏବଂ ରାଇବଣିଆ, ଭୋଗରାଇ ତହସିଲରେ ୮ଟି ନୂତନ ଆର୍ଆଇ ସର୍କଲ- ଦାହୁଁଦା, କୁସୁଡ଼ା, କଟିସାହି, ଜୟରାମପୁର, ସୋହରିଆ, ପସରବିନ୍ଧା, ବାଜିତପୁର ଏବଂ ଗୋଚ୍ଛିଦା ତେଘରୀ, ଖଇରା ତହସିଲରେ ୩ଟି ନୂତନ ଆର୍ଆଇ ସର୍କଲ– ଗୋଲିହା, ମହାତିପୁର ଏବଂ କୋଚିଆକୋଇଲି, ବାଲିଆପାଳ ତହସିଲରେ ୩ଟି ନୂତନ ଆର୍ଆଇ ସର୍କଲ – ମଧୁପୁରା, ଡଗରା ଏବଂ ବଳରାମପୁର, ବାହାନଗା ତହସିଲରେ ୨ଟି ନୂତନ ଆର୍ଆଇ ସର୍କଲ- କୁରୁଡା ଏବଂ କଲ୍ୟାଣୀ, ନୀଳଗିରି ତହସିଲରେ ୨ଟି ନୂତନ ଆର୍ଆଇ ସର୍କଲ– ଛତ୍ରପୁର ଏବଂ ଅଯୋଧ୍ୟା, ଔପଦା ତହସିଲରେ ୩ଟି ନୂତନ ଆର୍ଆଇ ସର୍କଲ – ଫତେପୁର, ଗଡ଼ସାହି ଏବଂ ବଡ଼ପୋଖରୀ ପ୍ରତିଷ୍ଠା କରାଯାଇଛି । ଏହା ପୂର୍ବରୁ ଜିଲାରେ ୮୫ଟି ଆର୍ଆଇ ସର୍କଲ ରହିଥିବା ବେଳେ ନୂତନ ଭାବେ ଗଠିତ ୪୫ଟି ଆର୍ଆଇ ସର୍କଲକୁ ମିଶାଇ ଜିଲାରେ ମୋଟ ଆର୍ଆଇ ସର୍କଲ ସଂଖ୍ୟା ଏବେ ୧୩୦କୁ ବୃଦ୍ଧି ପାଇଛି । ଜିଲାର ବିଭିନ୍ନ ତହସିଲଦାରମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବଗୁଡିକର ଅନୁଧ୍ୟାନ ପରେ ବାଲେଶ୍ୱର ଅତିରିକ୍ତ ଜିଲାପାଳ ଆର୍ଆଇ ସର୍କଲ ପୁନର୍ଗଠନ ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ସଂଖ୍ୟା ୪୨୩୩, ତା ୭.୫.୨୦୨୧ ମାଧ୍ୟମରେ ଅନୁରୋଧ କରିଥିଲେ । ଏହି କ୍ରମରେ ଜିଲାରେ ଆର୍ଆଇ ସର୍କଲ ପୁନର୍ଗଠନ ସହ ନୂତନ ଆର୍ଆଇ ସର୍କଲ ପ୍ରତିଷ୍ଠାକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ଏହା ଦ୍ୱାରା ଜିଲାବାସୀ ବିଭିନ୍ନ ରାଜସ୍ୱ ସେବା ସହଜରେ ପାଇପାରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।