ବାଲେଶ୍ୱର : ବାଲିଆପାଳ ବ୍ଲକ ବିଜୁ ଯୁବ ଜନତା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ
- ନୂତନ ସଦସ୍ୟତା ଗ୍ରହଣ ଅଭିଯାନ ଶୁଭାରମ୍ଭ
ବାଲିଆପାଳ : ଆଗାମୀ ଦିନର ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ୱାର୍ଡସ୍ତରରୁ ଡିଜିଟାଲ ସଦସ୍ୟତା ଗ୍ରହଣ କରି ଦଳକୁ ମଜବୁତ କରି ତୋଳିବା ସହିତ ବାଲେଶ୍ୱର ଜିଲା ବାଲିଆପାଳ ବ୍ଳକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଦସ୍ୟ, ଜିଲା ପରିଷଦକୁ ନିଜ ଅକ୍ତିୟାରରେ ରଖିବାର ଯୋଜନା ନେଇ ବିଜେଡ଼ି ଦଳର ନୂଆ ରଣନୀତି ଆରମ୍ଭ କରିଛି।
ବାଲିଆପାଳ ଯୁବ ଜନତା ଦଳର ସଭାପତି ସଞ୍ଜୟ ପ୍ରଧାନଙ୍କ ସଭାପତିତ୍ବ ରେ ବୁଧବାର ପାରୁଳିଆ ଛକ ସ୍ଥିତ ଶ୍ରୀ ଦୁର୍ଗା କଲ୍ୟାଣ ମଣ୍ଡପ ରେ ବାଲିଆପାଳ ବ୍ଲକ ବିଜୁ ଯୁବ ଜନତା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଏବଂ ନୂତନ ଡିଜିଟାଲ ସଦସ୍ୟତା ଗ୍ରହଣ ଅଭିଯାନ ଶୁଭାରମ୍ଭ ହୋଇଯାଇଛି। ଉକ୍ତ ବୈଠକର ରାଜ୍ୟ ମହିଳା ଜନତା ଦଳର କାର୍ଯ୍ଯକାରୀ ସଭାନେତ୍ରୀ ସୁବାସିନୀ ଜେନା, ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟକ ନିତ୍ୟାନନ୍ଦ ସାହୁ ବାଲେଶ୍ଵର ଜିଲ୍ଲା ଯୁବ ଜନତା ଦଳ ସଭାପତି ତାପସ ପରିଡା,ବାଲେଶ୍ଵର ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ଅବିନାଶ ନାୟକ ,ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ, ବାଲିଆପାଳ ବ୍ଲକ ଆଇ ଟି କୋଡିନେଟର ଚନ୍ଦନ ଜେନା, ବାଲିଆପାଳ ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରଦୀପ ଜେନ,୨୧ ନମ୍ବର ଜୁନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଆଣ୍ଡିଆ, ମଧୁପୁରା ପଞ୍ଚାୟତର ସରପଞ୍ଚ ଦୋଳ ଗୋବିନ୍ଦ ମୁର୍ମୁ,ମଧୁପୁରା ପଞ୍ଚାୟତର ସମିତି ସଦସ୍ୟ ମନ୍ମଥ ବାରିକ,୨୪ ନମ୍ବର ଜୁନ ର ଜିଲ୍ଲା ପରିଷଦ ମିନତୀ ଜେନା ଙ୍କ ସହିତ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ସରପଞ୍ଚ, ସଦସ୍ୟ ଏବଂ ସମସ୍ତ ଜିଲ୍ଲାପରିଷଦ ଏବଂ ଆଇ ଟି ସେକ୍ଟର ର ପ୍ରତିନିଧି ଯୋଗ ଦେଇଥିଲେ। ଉକ୍ତ ବୈଠକ ରେ ଡିଜିଟାଲ ସେକ୍ଟର ମାଧ୍ୟମରେ ଯୁବତୀ ଯୁବକ ମାନଙ୍କୁ କିପରି ବିଜୁ ଜନତା ଦଳ ପ୍ରତି ଆକୃଷ୍ଟ କରାଯାଇପାରିବ ଏବଂ ସେମାନେ କିପରି ଆଗାମୀଦିନରେ ନିର୍ବାଚନ ରଥରେ ସାରଥୀ ହୋଇପାରିବେ ଏସବୁ ବିଷୟରେ ପଂଚାୟତ ସ୍ତରରେ ଥିବା ଡିଜିଟାଲ ପ୍ରତିନିଧି ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ଅତିଥି ମାନେ। ଚନ୍ଦନ ଅଣ୍ଡିଆ, ଲମ୍ବୁଧର ମାହାନା, ଗୋପାଳ ମାହନା, ଆଶିଷ ସାହୁ, ସ୍ମୃତି ରଞ୍ଜନ ଖୁଣ୍ଟିଆ, ଗୋପାଳ ମହାନ୍ତି, ଉମେଶ ଚନ୍ଦ୍ର ମହାଳିକ ପ୍ରମୁଖ ସହଯୋଗ କରି ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ।