ଆଜିଠୁ ପୁରୀକୁ ଗଡିବ ବସ୍
ପୁରୀ : ଆଜିଠାରୁ ପୁରୀ ଜିଲାକୁ ଗଡିବ ବସ୍। ପୁର୍ବରୁ ସବୁ ଜିଲାକୁ ବସ୍ ସେବା ଆରମ୍ଭ ହୋଇଥିଲେ ମଧ୍ୟ ରଥାଯାତ୍ରା ପାଇଁ ପୁରୀକୁ ବସ୍ ଚଳାଚଳା ଉପରେ କଟକଣା ରହିଥିଲା । ତେବେ ପୁର୍ବ ଭଳି ବସ୍ ଚଳାଚଳ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ବସ୍ ମାଲିକ ମାନେ । ମହାମାରି କରୋନା ସମୟରେ ବସ୍ ମାଲିକ ମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ବସ୍ ମାଲିକ ମାନେ ବୀମା ନବିକରଣ କରିପାରି ନାହନ୍ତି, କିସ୍ତି ବାକି ପଡିଥିବା ବେଳେ ସରକାରଙ୍କଠୁ ଅର୍ଥିକ ସହାୟତା ଅପେକ୍ଷାରେ ବସ୍ ମାଲିକ ମାନେ ଥିବା କହିଛନ୍ତି ।
ସେହିପରି ଡ୍ରାଇଭର, ହେଲପର ମାନଙ୍କୁ ଦରମା ଦେଇ ନପାରିବାରୁ ସେମାନେ କାମ ଛାଡି ପଳାଇଛନ୍ତି । ସେମାନଙ୍କୁ ଦରମା ନଦେଲେ ସେମାନେ ମଧ୍ୟ କାମରେ ଯୋଗ ଦେବେ ନାହିଁ । ତେଲଦର ଧୀରେଧୀରେ ବଢି ଶତକ ଛୁଇଁଥିଲା ବେଳେ ଏହା ପ୍ରଭାବରେ ଭଡା ମଧ୍ୟ ବୃଦ୍ଧୀ ପାଇବ । ଏହା ଯାତ୍ରୀ ମାର୍ନଙ୍କୁ ବସ୍ରେ ଯାତ୍ରା କରିବାକୁ ରୋକି ପାରେ । ତେବେ ରାଜ୍ୟ ସରକାର ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରୋଡ୍ ଟ୍ୟାକ୍ସ ଛାଡ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହା ବାଦ ବସ୍ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାର ବିନା ସୁଧରେ ୧ ଲକ୍ଷ ଟଙ୍କା ରୁଣ ଦେବାକୁ ଦାବି କରିଛନ୍ତି ।