ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ, ଭାରତ୍ତୋଳକରେ ମୀରାବାଈ ଚାନୁଙ୍କୁ ରୌପ୍ୟ
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି। ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ମୀରା ବାଈ ଚାନୁ। ୪୯ କେଜି ଭାରୋତ୍ତୋଳନ ବର୍ଗରେ ତାଙ୍କୁ ମିଳିଛି ରୌପ୍ୟ ପଦକ। ଦୀର୍ଘ ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତ ପାଇଁ ପଦକ ଜିତି ରେକର୍ଡ଼ କରିଛନ୍ତି ମଣିପୁରର ୨୬ ବର୍ଷୀୟା ଚାନୁ। ସ୍ନାଚରେ ୮୭ ଓ କ୍ଲିନ୍ ଆଣ୍ଡ ଜର୍କରେ ୧୧୫ କେଜି ଉଠାଇଛନ୍ତି ଚାନୁ।
Tokyo Olympics: Weightlifter Mirabai Chanu opens India's tally at Games, wins silver in Women's 49kg category
— ANI Digital (@ani_digital) July 24, 2021
Read @ANI Story | https://t.co/tSIFjhW9Nl#Tokyo2020 pic.twitter.com/bzTWSjuGAl
ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ । ଭାରତ୍ତୋଳକରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳକରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ମୀରାବାଇ ଚାନୁ ତାଙ୍କର ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ସଫଳ ହୋଇଥିଲେ । ତେବେ ସେ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ । ଫଳରେ ସ୍ୱର୍ଣ୍ଣ ପଦକ ରେସରୁ ସେ ବାଦ ପଡିଛନ୍ତି । ମୀରାବାଈ ଚାନୁ ସ୍ନାଚ୍ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେପଟେ ଆଉ ଏକ ପଦକ ଦାବିଦାର ଦୌଡରେ ଅଛନ୍ତି ସୌରଭ ଚୌଧୁରୀ । ୧୦ ମିଟରେ ଏୟାର ରାଇଫଲରେ ସେ ନିଜର ଚମତ୍କାର ପ୍ରଦର୍ଶନ ଦେଇଛନ୍ତି ।