ବିଶ୍ୱରେ ଆଉ ୫ଲକ୍ଷ ୫ହଜାର ୩୭୩ ସଂକ୍ରମିତ ଓ ୬,୯୦୪ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୩୮ଲକ୍ଷ ୮୨ହଜାର ୮୬୨ ଓ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୫୭ହଜାର ୯୩୯କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୫ହଜାର ୩୭୩ ଜଣ ସଂକ୍ରମିତ ହୋଇଥିବାବେଳେ ୬ହଜାର ୯୦୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୩୮ଲକ୍ଷ ୮୨ହଜାର ୮୬୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୫୭ହଜାର ୯୩୯ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୬୦ଲକ୍ଷ ୧୨ହଜାର ୭୪୮ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୩୭ଲକ୍ଷ ୧୨ହଜାର ୧୭୫ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୨ଲକ୍ଷ ୭୯ହଜାର ୬୦୭ ସଂକ୍ରମିତ ଓ ୬ଲକ୍ଷ ୨୬ହଜାର ୬୨୨ ଜଣ ମୃତ ଥିବାବେଳେ
ବ୍ରାଜିଲରେ ୧କୋଟି ୯୫ଲକ୍ଷ ୨୪ହଜାର ୯୨ ସଂକ୍ରମିତ ଓ ୫ଲକ୍ଷ ୪୭ ହଜାର ୧୩୪ମୃତ, ଋଷିଆରେ ୬୦ ଲକ୍ଷ ୭୮ ହଜାର ୫୨୨ ସଂକ୍ରମିତ ଓ ୧ଲକ୍ଷ ୫୨ ହଜାର ୨୯୬ ମୃତ, ଫ୍ରାନ୍ସରେ ୫୯ ଲକ୍ଷ ୫୩ ହଜାର ୭୧ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୫୯୧ ମୃତ, ୟୁକେରେ ୫୬ ଲକ୍ଷ ୩୭ ହଜାର ୯୭୫ ସଂକ୍ରମିତ ଓ ୧ ଲକ୍ଷ ୨୯ ହଜାର ୪୪ ମୃତ, ତୁର୍କୀରେ ୫୫ ଲକ୍ଷ ୭୪ ହଜାର ୯୯୭ ସଂକ୍ରମିତ ଓ ୫୦ ହଜାର ୮୨୧ ମୃତ, ଆର୍ଜେଣ୍ଟିନାରେ ୪୮ ଲକ୍ଷ ୨୭ ହଜାର ୯୭୩ ସଂକ୍ରମିତ ଓ ୧ ଲକ୍ଷ ୩ ହଜାର ୩୫୯ମୃତ, କଲୋମ୍ବିଆରେ ୪୭ ଲକ୍ଷ ୫ ହଜାର ୭୩୪ ସଂକ୍ରମିତ ଓ ୧ ଲକ୍ଷ ୧୮ ହଜାର ୧୮୮ମୃତ, ଇଟାଲିରେ ୪୩ ଲକ୍ଷ ୭ ହଜାର ୫୩୫ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୯୩୭ମୃତ, ସ୍ପେନରେ ୪୨ ଲକ୍ଷ ୮୦ ହଜାର ୪୨୯ ସଂକ୍ରମିତ ଓ ୮୧ ହଜାର ୨୨୧ ମୃତ ରହିଛନ୍ତି ।