କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ମଞ୍ଚେଶ୍ୱର ଥାନା ବରୀମୁଣ୍ଡ ଛକ ବାଲିଯାତ୍ରା ପଡିଆ କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର। ମୃତଦେହଟି ବାଲିରେ ପୋତି ହୋଇଥିବା ବେଳେ କେବଳ ହାତର ଆଙ୍ଗୁଠି, ପ୍ୟାଣ୍ଟ ଓ ଚପଲ ଦେଖା ଯାଉଛି । ସେହିପରି ସେଠାରେ ପଛ ଗନ୍ଧ ମଧ୍ୟ ଆସୁଛି । ଏନେଇ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପରେ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ମୃତଦେହକୁ କିଏ ହତ୍ୟା କରି ପୋତି ଦେଇଥିବା ସନ୍ଦେହ ହୋଇଛି। ମୃତଦେହର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ସ୍ପେସିଆଲ ସ୍କ୍ବାର୍ଡ, ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରାତି ହୋଇଥିବାରୁ ମୃତଦେହ ବାହାର କରାଯାଇନାହିଁ। ସକାଳୁ ବାଲି ଖୋଳି ମୃତଦେହ ବାହାର କରାଯିବା ପରେ, ପୁରୁଷ ନାଁ ମହିଳା ସେନେଇ ସ୍ପଷ୍ଟ ହେବ। ଏନେଇ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚୁରା କରାଯାଉଛି । ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ସେହିପରି ସ୍ଥାନୀୟ ଜଣେ ବ୍ୟକ୍ତି ମଧ୍ୟ ୪ ଦିନ ହେଲା ନିଖୋଜ ଅଛନ୍ତି । ଏହା ତାଙ୍କର ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।