ଭୂକମ୍ପରେ ଥରିଲା ବିକାନେର ଓ ମେଘାଳୟ
ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଦେଶର ଦୁଇଟି ରାଜ୍ୟ । ତେବେ ରାଜସ୍ଥାନର ବିକାନେରରେ ୫.୩ ତୀବ୍ରତାରେ କମ୍ପନ ଅନୁଭୂତ ହୋଇଥିବା ବେଳେ ମେଘାଳୟରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ଯେ ବିକାନେରରେ ବୁଧବାର ସକାଳ ୫ଟା ୨୪ରେ କମ୍ପନ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ତୀବ୍ରତା ରେକର୍ଡ କରାଯାଇଛି । ସେହିପରି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ମେଘାଳୟର ପଶ୍ଚିମ ଗାରୋ ହିଲ୍ସ ଅଞ୍ଚଳରେ ରାତି ୨.୧୦ରେ ଭୂକମ୍ପ ହୋଇଛି । ଏହାର ତୀବ୍ରତା ୪.୧ ବୋଲି ରେକର୍ଡ କରାଯାଇଛି ।