ବାପାର ବାର୍ଷି ଚୋଟରେ ପୁଅର ମୃତ୍ୟୁ
ବାରିପଦା : ପାରିବାରିକ କଳହର କରୁଣ ପରିଣତି । ରକ୍ତର ସମ୍ପର୍କକୁ ଭୁଲିଗଲା ବାପା । ବାପାର ବାର୍ଷି ଚୋଟରେ ପୁଅର ମୃତ୍ୟୁ । ମୃତକ ଜଣକ ହେଲେ ପ୍ରମୋଦ ସିଂହ (୨୭) । ଏପରି ଏକ ଅଘଟଣ ମୟୁରଭଞ୍ଜ ଜିଲା ବଡସାହି ଥାନା ଅନ୍ତର୍ଗତ ନରଣଖୁଣ୍ଟା ଗ୍ରାମରେ ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ସହ ତଦନ୍ତ ଜାରି ରଖିଛି ।
ସୂଚନା ଯେ, କୌଣସି କାରଣକୁ ନେଇ ବାପା ଅନିଲ ସିଂ ଓ ପୁଅ ପ୍ରମୋଦଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବାପା ଅନିଲ ଏକ ବାର୍ଷିରେ ପୁଅ ପ୍ରମୋଦକୁ ଆକ୍ରମଣ କରିଥିଲେ । ଫଳରେ ପୁଅ ପ୍ରମୋଦ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ପରେ ଘଟଣାସ୍ଥଳରୁ ବାପା ଅନିଲ ଫେରାର ହୋଇଯାଇଛନ୍ତି । ଏନେଇ ଖବର ପାଇ ବଡସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି । ସେହିପରି ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ବୋଲି ଜଣାପଡିଛି ।