ସଂସଦରେ ସରକାର ସମସ୍ତ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ
- ମୌସୁମି ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଫଳରେ ଏହାର ଗୋଟିଏ ଦିନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ୩୩ ଦଳର ୪୦ରୁ ଅଧିକ ନେତା ଉପସ୍ଥିତ ଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରି ବିରୋଧୀ ଦଳର ନେତାଙ୍କ ସହ ସମସ୍ତ ପ୍ରତିନିଧିଙ୍କ ପ୍ରସ୍ତାବ ବହୁତ ମୂଲ୍ୟବାନ। ସେହିପରି ସଂସଦରେ ସୁସ୍ଥ ଏବଂ ଉପଯୋଗୀ ବିତର୍କ ହେବା ଉଚିତ୍ । ସରକାର ସଂସଦୀୟ ନିୟମ ଓ ପ୍ରକ୍ରିୟା ଅନୁଯାୟୀ, କୌଣସି ବି ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ। ଏନେଇ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୈଠକ ପରେ ସୂଚନା ଦେଇଛନ୍ତି ।
Defence Minister Rajnath Singh, Commerce & Industries Minister Piyush Goyal, Leader of Congress in Lok Sabha Adhir Ranjan Chowdhury, TMC MP Derek O'Brien, DMK's Tiruchi Siva reach Parliament for an all-party meeting, a day before commencement of the Monsoon session of Parliament pic.twitter.com/ceK4Cu0PVB
— ANI (@ANI) July 18, 2021
ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପିୟୂଷ ଗୋୟଲ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଅଂଶଗ୍ରହଣ କରିଥିଲେ।
More than 40 leaders from 33 parties attended all-party meeting & suggested which subjects should be discussed. Addressing the meet, PM Modi said that all representatives' suggestions including those from Opposition are very valuable: Parliamentary Affairs Minister Pralhad Joshi pic.twitter.com/liPLsdh1Ay
— ANI (@ANI) July 18, 2021
ଟିଏମସିର ଡେରେକ ଓ ବ୍ରାୟନ, ଡିଏମକେ ନେତା ତିରୁଚି ଶିବା, ସମାଜବାଦ ପାର୍ଟି ନେତା ରାମ ଗୋପାଲ ଯାଦବ ଓ ବିଏସପିର ସତୀଶ ମିଶ୍ରଙ୍କ ସହିତ ପ୍ରମୁଖ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ। ଅପନା ଦଳ ନେତା ଓ ଏନଡିଏର ସହଯୋଗୀ ଅନୁପ୍ରିୟା ପଟେଲ ଓ ଏଲଜେପି ନେତା ପଶୁପତି ପାରସ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।