ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ୧୧ ମୃତ ଓ ଅନେକ ଆହତ
ମୁମ୍ୱାଇ : ମୁମ୍ବାଇରେ ପ୍ରବଳ ବର୍ଷା । ଫଳରେ ବେହାଲ ହୋଇଯାଇଛି ଜନଜୀବନ । ଅସ୍ତବ୍ୟସ୍ତ ହୋଇଛି ଜୀବନ ଯାତ୍ରା । ଦୀର୍ଘ ସମୟର ବର୍ଷା ପରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ ଠପ୍ ହୋଇପଡିଛି । ରବିବାର ସକାଳୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଜଳ ଯୋଗୁଁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି । ରେଳଧାରଣା ବୁଡ଼ିଯାଇଥିବା ବେଳେ ତଳିଆ ଅଂଚଳରେ ଲୋକଙ୍କର ଘରକୁ ପାଣି ପ୍ରବେଶ କରିଛି । ପ୍ରବଳ ବର୍ଷା ଯୋଗୁଁ ଚେମ୍ବୁରର ୱାନୀ ନାକା ଅଂଚଳରେ ଭୂସ୍ଖଳନ ହୋଇଛି । ଫଳରେ ୪ରୁ ୫ଟି ଘର ଚାପି ହୋଇଯାଇଛି । ଅନେକ ଲୋକ ଦବି ଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ସୂଚନା ପାଇ ଏନଡିଆରଏଫ ଟିମ୍ ଘଟଣାସ୍ଥଳକୁ ପହଂଚିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାରି ମଧ୍ୟରେ ୧୧ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏଥିରେ ଜଣେ ମହିଳାଙ୍କ ମୃତଦେହ ମଧ୍ୟ ଅଛି । କୁହାଯାଉଛି ଯେ, ଆହୁରି ୬ରୁ ୮ ଜଣ ଚାପି ହୋଇଯାଇଛନ୍ତି । ତେଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ।
Maharashtra | 11 people killed after a wall collapse on some shanties in Chembur's Bharat Nagar area due to a landslide, says National Disaster Response Force (NDRF)
— ANI (@ANI) July 18, 2021
Rescue operation is underway. pic.twitter.com/W24NJFWThU
ପ୍ରବଳ ବର୍ଷା ହେତୁ ମୁମ୍ବାଇ ଜଳମୟ ହୋଇଯାଇଛି । ସହରର ଗାନ୍ଧୀ ବଜାରରେ ରାସ୍ତା ପାଣି ବୁଡିରହିଥିବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । କେବଳ ସେତିକି ନୁହେଁ ବର୍ଷା ପାଇଁ ଭାରତୀୟ ରେଳବାଇର ସେବା ଉପରେ ମଧ୍ୟ ଅନେକ ପ୍ରଭାବ ପକାଇଛି । ମୁମ୍ବାଇର ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି ।
#WATCH | Maharashtra: Rainwater entered Mumbai's Borivali east area following a heavy downpour this morning pic.twitter.com/7295IL0K5K
— ANI (@ANI) July 18, 2021
ପ୍ରତିବର୍ଷ ମୁମ୍ବାଇବାସୀ ବର୍ଷା ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ଅନେକ ଲୋକ ନିଜେ ସିଓନ୍ ଅଞ୍ଚଳରେ ବର୍ଷାରେ ଜମା ହୋଇଥିବା ପାଣିରେ ଖେଳୁଥିବା ଦେଖିବାକୁ ମିଳିଥିଲା । ମାୟାନାଗରୀର ଅନେକ ଅଞ୍ଚଳରେ ଘର ଭିତରେ ପାଣି ପଶି ରହିଛି । ହନୁମାନ ନାଗର ଅଞ୍ଚଳରେ ବର୍ଷା ପାଇଁ କ୍ରୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ଅନେକ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଲୋକଙ୍କ ଘର ଭିତରେ ରଖାଯାଇଥିବା ଜରୁରୀ ଜିନିଷ ମଧ୍ୟ ପାଣିରେ ଭାସୁଥିବା ନଜର ଆସିଛି । ମୁମ୍ବାଇ ବ୍ୟତୀତ ଥାଣେ, ରାୟଗଡ଼, ନଭି ମୁମ୍ବାଇ ଓ ପାଲଘରରେ ଶନିବାର ରାତି ମୁସଲଧାରା ବର୍ଷା ହୋଇଛି । ମୁମ୍ବାଇର ସିୟୋନ, ଚେମ୍ବୁର, କୁର୍ଲା, ଚୁନ୍ନାଭଟ୍ଟୀ, ଭାଡୁପ, ଅନ୍ଧେରୀ, ମଲାଡ, ବୋରୀୱଲୀ ଓ କାନ୍ଦିବଲୀରେ ଜଳାର୍ଣ୍ଣବ ଦେଖାଯାଇଛି ।