ଘୁଞ୍ଚିଲା ଜେଇଇ ମେନ୍ ୨୦୨୧ର ଚତୁର୍ଥ ସେସନ୍ ପରୀକ୍ଷା
ନୂଆଦିଲ୍ଲୀ : ଘୁଞ୍ଚିଲା ଜେଇଇ ମେନ୍ ୨୦୨୧ର ଚତୁର୍ଥ ସେସନ୍ ପରୀକ୍ଷା। ଚତୁର୍ଥ ସେସନ ପରୀକ୍ଷା ୨୬, ୨୭ ଓ ୩୧ ଅଗଷ୍ଟ ଏବଂ ୧ ଓ ୨ ସେପ୍ଟେମ୍ବରରେ ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହା ସହ ତୃତୀୟ ଏବଂ ଚତୁର୍ଥ ସେସନ ମଧ୍ୟରେ ୪ ସପ୍ତାହ (ଏକ ମାସ) ଅନ୍ତର ରଖିବାକୁ ଜାତୀୟ ଟେଷ୍ଟିଂ ଏଜେନ୍ସି ପରାମର୍ଶ କରିଥିବା ମଧ୍ୟ ସେ ଲେଖିଛନ୍ତି ।
ସୂଚନା ଯେ, ସେସନ୍ ୪ ପାଇଁ ମୋଟ ୭.୩୨ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜିକରଣ କରିସାରିଛନ୍ତି। ଏବେ ପଞ୍ଜିକରଣ ଚାଲିଥିବା ବେଳେ ଏହି ତାରିଖକୁ ପୁଣି ୨୦ ଜୁଲାଇକୁ ଘୁଞ୍ଚାଇ ଦିଆଯିବ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ତୃତୀୟ ସେସନ ପରୀକ୍ଷା ୨୦ ଏବଂ ୨୫ ଜୁଲାଇରେ ହେବାକୁ ଥିବା ବେଳେ ଚତୁର୍ଥ ସେସନ୍ ପାଇଁ ୨୭ ଜୁଲାଇ ଏବଂ ୨ ଅଗଷ୍ଟ ଧାର୍ଯ୍ୟ କରାଯାଇଥିଲା। ଏବେ ଏହି ପରୀକ୍ଷା କୋଭିଡ ପାଇଁ ଘୁଞ୍ଚିଛି।