ଓଡ଼ିଶା ହାଇକୋର୍ଟଙ୍କ ଲଞ୍ଚ ହେବାକୁ ଯାଉଛି ଟେଲିଗ୍ରାମ ଚ୍ୟାନେଲ
- ୧୯ରୁ କାର୍ଯ୍ୟକାରୀ ହେବ ଏହି ଚ୍ୟାନେଲ
କଟକ : ଓଡ଼ିଶା ହାଇକୋର୍ଟଙ୍କ ଲଞ୍ଚ ହେବାକୁ ଯାଉଛି ଟେଲିଗ୍ରାମ ଚ୍ୟାନେଲ । ଯେଉଁଥିରେ ଆଇନଜୀବୀମାନଙ୍କ ପାଇଁ କୋର୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ । ଏହାବ୍ୟତୀତ ମହକିଲ ମାନେ ସେମାନଙ୍କ ମକଦ୍ଦମା, ସବିଶେଷ ତଥ୍ୟ ମଧ୍ୟ ପାଇ ପାରିବେ । ସେହିପରି ହାଇକୋର୍ଟର କଜ୍ ଲିଷ୍ଟ, କୋର୍ଟଙ୍କ ବିଜ୍ଞପ୍ତି ଇତ୍ୟାଦି ସ୍ଥାନିତ ହେବ ।
ଏହି ସମସ୍ତ ତଥ୍ୟ ପାଇବା ପାଇଁ https://t.me OrrissaHighCourt ରେ ଲଗ ଇନ୍ କରିପାରିବେ । ଆସନ୍ତା ୧୯ ତାରିଖରୁ ଏହି ଚ୍ୟାନେଲ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ସୂଚନା ଦିଆଯାଇଛି ।