ଆଚାର୍ଯ୍ୟ ହରିହର କର୍କଟ ରୋଗ ଅନୁଷ୍ଠାନରେ ଏମଆରଆଇ ଓ ସିଟି ସ୍କାନ୍ ସେବା ଲୋକାର୍ପିତ
ଭୁୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ୍ ମାଧ୍ୟମରେ କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତର କର୍କଟ ପ୍ରତିଷ୍ଠାନରେ ଏମ୍ଆର୍ଆଇ ଓ ସିଟି ସ୍କାନ୍ ସେବାର ଲୋକର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨-୩ ବର୍ଷ ମଧ୍ୟରେ ଆମେ କର୍କଟ ରୋଗ ଚିକିତ୍ସା ଓ ସେବାଯନି ନିମନ୍ତେ ଯଥେଷ୍ଟ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରିପାରିବୁଏବଂ ଚିକିତ୍ସା ନିମନ୍ତେ ଲୋକମାନଙ୍କୁ ଅନ୍ୟ ସହରକୁ ଯିବାର ଆବଶ୍ୟକତା ରହିବ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରତିଷ୍ଠାନରେ ରୋଗୀମାନଙ୍କୁ ନିଃଶୁଷ୍ଠରେ ଉପରୋକ୍ତ ସେବା ଉପଲବ୍ଧ ହେବ ଏବଂ ସେମାନେ ଏହି ସେବା ନିମନ୍ତେ ଏସ୍ସିବି ମେଡିକାଲ କଲେଜ ଉପରେ ନିର୍ଭର କରିବେ ନାହିଁ । ଏହା ଫଳରେ ଖୁବ୍ଶୀଘ୍ର ଚିକିତ୍ସା ନିମନ୍ତେ ଯଥାଶୀଘ୍ର ଓ ସଠିକ୍ ନିଦାନ ସମ୍ଭବ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ରାଜ୍ୟର କର୍କଟ ରୋଗୀମାନଙ୍କୁ ସର୍ବୋତମ ଯନି ଯୋଗାଇଦେବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଆମେ ଏହି ପ୍ରତିଷ୍ଠାନକୁ ଅଧିକ ସମୃଦ୍ଧ ଓ ସଂପ୍ରସାରିତ ସେବା ନିମନ୍ତେ ବିନିଯୋଗପୂର୍ବକ ଏହାକୁ ଦେଶର ଏକ ପ୍ରମୁଖ ପ୍ରତିଷ୍ଠାନ ଭାବରେ ଗଢ଼ିତୋଳୁଛୁ । ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶ୍ରୀ ନବ କିଶୋର ଦାସ, ବିଧାୟକ, କଟକ- ଚୌଦ୍ୱାର ଶ୍ରୀ ସୌଭିକ୍ ବିଶା୍ୱଳ, ସ୍ୱାସ୍ଥ୍ୟ ଓ ପରିବାର କ ଲ ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।