ବିଶ୍ୱରେ ଆଉ ୪,୧୮,୧୮୯ ସଂକ୍ରମିତ ଓ ୭,୧୭୮ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୭୨ଲକ୍ଷ ୩୭ହଜାର ୯୩୬ ଓ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୪୨ହଜାର ୧୯୨କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୧୮ହଜାର ୧୮୯ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୧୭୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୭୨ଲକ୍ଷ ୩୭ହଜାର ୯୩୬ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୪୨ହଜାର ୧୯୨ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୧୨ଲକ୍ଷ ୨୧ହଜାର ୪୨୨ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୯ଲକ୍ଷ ୭୪ହଜାର ୩୨୨ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୭ଲକ୍ଷ ୨୫ହଜାର ୭୯୭ ସଂକ୍ରମିତ ଓ ୬ଲକ୍ଷ ୨୨ହଜାର ୮୧୯ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୦ଲକ୍ଷ ୬୯ହଜାର ୩ସଂକ୍ରମିତ ଓ ୫ଲକ୍ଷ ୩୨ ହଜାର ୯୪୯ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୦୮ ହଜାର ୩୮୩ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୩୨୧ ମୃତ, ଋଷିଆରେ ୫୭ ଲକ୍ଷ ୫୮ ହଜାର ୩୦୦ ସଂକ୍ରମିତ ଓ ୧ଲକ୍ଷ ୪୨ ହଜାର ୨୫୩ ମୃତ, ତୁର୍କୀରେ ୫୪ ଲକ୍ଷ ୭୬ ହଜାର ୨୯୪ ସଂକ୍ରମିତ ଓ ୫୦ ହଜାର ୧୯୨ ମୃତ, ୟୁକେରେ ୫୦ ଲକ୍ଷ ୮୯ ହଜାର ୮୯୩ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୩୯୯ ମୃତ, ଆର୍ଜେଣ୍ଟିନାରେ ୪୬ ଲକ୍ଷ ୩୯ ହଜାର ୯୮ ସଂକ୍ରମିତ ଓ ୯୮ ହଜାର ୫୦୧ମୃତ, କଲୋମ୍ବିଆରେ ୪୪ ଲକ୍ଷ ୯୨ ହଜାର ୫୩୭ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୧୫୫ମୃତ, ଇଟାଲିରେ ୪୨ ଲକ୍ଷ ୬୭ ହଜାର ୧୦୫ ସଂକ୍ରମିତ ଓ ୧ଲକ୍ଷ ୧୨ ହଜାର ୨୯୮ମୃତ, ସ୍ପେନରେ ୩୯ ଲକ୍ଷ ୩୭ ହଜାର ୧୯୨ସଂକ୍ରମିତ ଓ ୮୧ ହଜାର ୩ ମୃତ ରହିଛନ୍ତି ।