ଆସନ୍ତା ୧୮ରେ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍ : ବିସିସିଆଇ
ମୁମ୍ବାଇ : ଭାରତ-ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜର ତାରିଖରେ ପରିବର୍ତ୍ତନ ହୋଇଛି । ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ସିରିଜ୍ ଆସନ୍ତା ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ । ପୂର୍ବରୁ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ଏହି ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା । କିନ୍ତୁ ଶ୍ରୀଲଙ୍କା ଦଳର କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଏହାକୁ ୫ ଦିନ ଘୁଞ୍ଚାଇ ଦିଆଯାଇଛି । ଉଭୟ ଦେଶ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବେ । ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୧୮, ଦ୍ୱିତୀୟ ମ୍ୟାଚ୍ ଜୁଲାଇ ୨୦ ତାରିଖରେ ଓ ତୃତୀୟ ମ୍ୟାଚ୍ ଜୁଲାଇ ୨୩ର ଖେଳାଯିବ । ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶନିବାର ସୂଚନା ଦେଇଛନ୍ତି ।
India-Sri Lanka ODI series to start by July 18, due to #COVID19 cases in the Sri Lankan camp: BCCI Secy Jay Shah to ANI
— ANI (@ANI) July 10, 2021
(Pic: Jay Shah Twitter) pic.twitter.com/1Af9xQ9vXD
ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳିବ। ଶିଖର ଧାୱନଙ୍କ ନେତୃତ୍ୱରେ ଜୁନିୟର ଟିମ ଶ୍ରୀଲଙ୍କା ଗସ୍ତରେ ଅଛି । ଶୁକ୍ରବାର ଦିନ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କହିଛି ଯେ, ଡାଟା ଆନାଲିଷ୍ଟ ଜିଟି ନିରୋଶନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଇଂଲଣ୍ଡରୁ ଫେରିଥିବା ଅନ୍ୟ ଖେଳାଳି ବର୍ତ୍ତମାନ କ୍ଵାରେଣ୍ଟାଇନରେ ଅଛନ୍ତି। ସୂଚନା ଯେ, ଇଂଲଣ୍ଡ ଗସ୍ତରୁ ଫେରିଥିବା ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ ଗ୍ରାଣ୍ଡ ଫ୍ଲାଓ୍ବାରଙ୍କ ସମେତ କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ସିରିଜକୁ କିଛିଦିନ ଘୁଞ୍ଚାଇବାକୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା । ଶନିବାର ଉଭୟ ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏଥିପାଇଁ ସହମତ ହୋଇଥିଲେ । ଭାରତ ଓ ଶ୍ରୀଲଙ୍କା କ୍ରିକେଟ ସିରିଜର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ବିସିସିଆଇ ସଚିବ ଜୟ ଶାହା ସ୍ପଷ୍ଟ କରିଛନ୍ତି । ସେହିପରି ଶୁକ୍ରବାର ଦିନ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କହିଛି ଯେ, ଡାଟା ଆନାଲିଷ୍ଟ ଜିଟି ନିରୋଶନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଇଂଲଣ୍ଡରୁ ଫେରିଥିବା ଅନ୍ୟ ଖେଳାଳି ବର୍ତ୍ତମାନ କ୍ଵାରେଣ୍ଟାଇନରେ ଅଛନ୍ତି। କରୋନା ମାମଲା ସାମ୍ନାକୁ ଆସିବା ପରେ ମଧ୍ୟ ଟିମ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତ ରଦ୍ଦ କରିନଥିଲା। କରୋନା ଯୋଗୁଁ ସବୁ ବୋର୍ଡର ରୋଜଗାର ଅନେକ ପ୍ରଭାବିତ ହୋଇଛି। ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପଡ଼ୋଶୀ ଦେଶ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ। ସିରିଜର ପ୍ରତ୍ୟେକ ମ୍ୟାଚରୁ ଶ୍ରୀଲଙ୍କା ବୋର୍ଡର ପ୍ରାୟ ୧୫ କୋଟି ଟଙ୍କା ରୋଜଗାର ହେବ। ଅର୍ଥାତ ସିରିଜରୁ ପ୍ରାୟ ୯୦ କୋଟି ଟଙ୍କା ମିଳିବ। ଟିମ୍ ଇଣ୍ଡିଆର ସିନିୟର ଖେଳାଳି ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି।