ଭୂକମ୍ପ ଝଟ୍କାରେ ଥରିଲା ରାଜଧାନୀ ଭୁବନେଶ୍ଵର
ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ମୃଦୁ ଭୂମିକମ୍ପ। ରବିବାର ସକାଳ ୭ଟା ୧୭ମିନିଟ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ଭୁବନେଶ୍ଵର ସମେତ ଆଖପାଖ ଅଞ୍ଚଳରେ ଏହାର ଝଟ୍କା ଅନୁଭୂତ ହୋଇଛି। ବିଶେଷ କରି ପୁରୁଣା ଭୁବନେଶ୍ଵରରେ ଝଟ୍କା ଲାଗିଛି। କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନି।