ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର
ଭୁବନେଶ୍ଵର : ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ। ବୁଧବାର ଦିନ ୧୧ଟା ୩୦ରେ ଲୋକସେବା ଭବନରେ ୪ର୍ଥ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବହୁ ଗୁରୁତ୍ଵପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏସଓପି ଏବଂ ସୁଭଦ୍ରା ରୂପରେଖ ଉପରେ ଆଲୋଚନା ହୋଇପାରେ । ଏଥିସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ । ବିଶେଷ କରି ଆୟୁଷ୍ମାନ୍ ଯୋଜନା ସହିତ ବଜେଟ୍ ରେ ପ୍ରସ୍ତାବିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ପାନୀୟ ଜଳ ଯୋଗାଣ ପାଇଁ ଧାର୍ଯ୍ୟ ଅବଧି ଏବଂ ଅର୍ଥ ଆବଣ୍ଟନ ସହିତ ଏବେ ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ଭଳି ପ୍ରସଙ୍ଗରେ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।