ବିଶ୍ୱରେ ଆଉ ୪ଲକ୍ଷ ୬୩ ସଂକ୍ରମିତ ଓ ୮,୧୦୪ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୬୩ଲକ୍ଷ ୨ହଜାର ୬୬୪ ଓ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୨୫ହଜାର ୬୪୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୬୩ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୧୦୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୬୩ଲକ୍ଷ ୨ହଜାର ୬୬୪ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୨୫ହଜାର ୬୪୪ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୪ଲକ୍ଷ ୫୧ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୮ଲକ୍ଷ ୨୫ହଜାର ୮୮୭ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୬ଲକ୍ଷ ୭୬ହଜାର ୭୩ ସଂକ୍ରମିତ ଓ ୬ଲକ୍ଷ ୨୨ହଜାର ୨୧୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୯ଲକ୍ଷ ୬୨ହଜାର ୭୮୬ ସଂକ୍ରମିତ ଓ ୫ଲକ୍ଷ ୩୦ ହଜାର ୩୪୪ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୯୯ ହଜାର ୧୦୭ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୨୮୪ ମୃତ, ଋଷିଆରେ ୫୭ ଲକ୍ଷ ୭ ହଜାର ୪୫୨ ସଂକ୍ରମିତ ଓ ୧ଲକ୍ଷ ୪୦ ହଜାର ୭୭୫ ମୃତ, ତୁର୍କୀରେ ୫୪ ଲକ୍ଷ ୬୫ ହଜାର ୯୪ ସଂକ୍ରମିତ ଓ ୫୦ ହଜାର ୯୬ ମୃତ, ୟୁକେରେ ୫୦ ଲକ୍ଷ ୨୨ ହଜାର ୮୯୩ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୩୩୬ ମୃତ, ଆର୍ଜେଣ୍ଟିନାରେ ୪୬ ଲକ୍ଷ ୧୩ ହଜାର ୧୯ ସଂକ୍ରମିତ ଓ ୯୭ ହଜାର ୯୦୪ମୃତ, କଲୋମ୍ବିଆରେ ୪୪ ଲକ୍ଷ ୫୦ ହଜାର ୮୬ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୧୫୫ମୃତ, ଇଟାଲିରେ ୪୨ ଲକ୍ଷ ୬୭ ହଜାର ୧୦୫ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୭୩୧ମୃତ, ସ୍ପେନରେ ୩୯ ଲକ୍ଷ ୧୫ ହଜାର ୩୧୩ ସଂକ୍ରମିତ ଓ ୮୦ ହଜାର ୯୯୭ ମୃତ ରହିଛନ୍ତି ।