ବିଜେଡ଼ିର ମାରାଥନ କର୍ମୀ ବୈଠକ, ଯୋଗ ଦେଲେ ଓଲିଉଡ ଅଭିନେତ୍ରୀ ଜୀନା ସାମଲ
ନୀଳଗିରି : ନୀଳଗିରି ବିଜେଡ଼ି ପକ୍ଷରୁ ଆମ ଚିହ୍ନ ଶଙ୍ଖଚିହ୍ନ କର୍ମୀ ବୈଠକ ଜାରି ରହିଥିବା ବେଳେ ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତର ତେଣ୍ଡା ଗ୍ରାମରେ ବିଜେଡ଼ି ପକ୍ଷରୁ ଆମଚିହ୍ନ ଶଙ୍ଖଚିହ୍ନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବନେତା ଉପେନ୍ଦ୍ର ନାୟକ ସଭାପତିତ୍ଵ କରିଥିଲେ । ଉକ୍ତ ସଭାରେ ବିଧାୟକ ପ୍ରାର୍ଥୀ ଇଂ ସୁକାନ୍ତ କୁମାର ନାୟକ, ବିଜୁ ଜନତା ଦଳର ରାଜ୍ୟ ମହିଳା ଉପସଭାପତି ସୁନତି ସିଂ, ସିନେ ତାରକା ଜୀନା ସାମଲ,ବଣସୀମା ନେତା ଉପେନ୍ଦ୍ର ଦାସ,ସିଆଡ଼ିମାଳ ସମିତି ସଭ୍ୟ ରାଜୀବ ଦାସବାବୁ, ଚିନ୍ମୟ ସିଂ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ଯଥା ବିଜୁଳି ଛାଡ଼, ରାସ୍ତା ଘାଟ,ପକ୍କାଘର ବିଷୟରେ ଉପସ୍ଥିତ ଭୋଟରଙ୍କୁ ବୁଝାଇଥିଲେ। ଆଗାମୀ ନିର୍ବାଚନରେ ଗୋଟିଏ ଭୋଟ ସୁକାନ୍ତ ଓ ଆଉ ଗୋଟିଏ ଲେଖାଶ୍ରୀଙ୍କୁ ଦେବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଆହ୍ଵାନ ଦେଇଥିଲେ। ଏହି ସଭାରେ ଦୀପୁ ବାଗ,ସଞ୍ଜୟ ନାୟକ,ବାପି ବେହେରା, ଚନ୍ଦରା ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ଅନୁରୂପ ଭାବେ ଅପରାହ୍ନରେ ନରଣପୁର ପଞ୍ଚାୟତ ନକୁଳକୁଅଁର ହାଟ ପଡ଼ିଆରେ ଆମଚିହ୍ନ ଶଙ୍ଖଚିହ୍ନ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ, ଅଭିନେତ୍ରୀ ଜିନା ସାମଲ ଯୋଗଦେଇ ଓଡ଼ିଶାକୁ ଏକନମ୍ବର ରାଜ୍ୟରେ ପରିଣତ କରିବା, ବିକଶିତ ଓଡ଼ିଶା ଏବଂ ପୁନର୍ବାର ଲୋକାଭିମୁଖୀ ସରକାର ଗଠନ କରିବାକୁ ହେଲେ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ଜିତାଇବା ସହିତ ନୀଳଗିରି ଓ ବାଲେଶ୍ୱର ମାଟିରେ ଡବଲ ଶଙ୍ଖ ଚିହ୍ନରେ ମୋହର ମାରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଉକ୍ତ ବୈଠକରେ ବିଜେଡ଼ି ରାଜ୍ୟ ମହିଳା ଉପସଭାନେତ୍ରୀ ସୁନିତି ସିଂ, ଚିତରଞ୍ଜନ ଚୈଦୁରି, ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ୧୧ନଂ ଜିଲ୍ଲାପରିଷଦ ସଭ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ, ନରଣପୁର ସମିତି ସଭ୍ୟା ବିଦ୍ୟୁତପ୍ରଭା ପାତ୍ର ପ୍ରମୁଖ ବହୁ ବିଜେଡ଼ି କର୍ମୀ ସାମିଲ ଥିଲେ।