ଆଇପିଏଲ-୨୦୨୪ : ନୂଆ ନିୟମ ସହ ଆରମ୍ଭ ହେବ ମ୍ୟାଚ, ଜାଣନ୍ତୁ କଣ
ନୂଆଦିଲ୍ଲୀ : ଆଜିଠୁ ଦେଖିବାକୁ ମିଳିବ ଫଟାଫଟ କ୍ରିକେଟର ରୋମାଞ୍ଚ । ଆରମ୍ଭ ହେବି ଆଇପିଏଲର ୧୭ ତମ ସଂସ୍କରଣ । ଚେନ୍ନାଇ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଝୁମିବେ ଦର୍ଶକ । ଦେଢ ଘଂଟା ଧରି ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଉ ଏଥିରେ ମୁଖ୍ୟ ଆକର୍ଷଣ ରହିବେ ବଲିଉଡ କଳାକାର । ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର, ଟାଇଗର ସରାଫ, କଣ୍ଠଶିଳ୍ପୀ ସୋନୁ ନିଗମ୍, ସଂଗୀତ ନିଦ୍ଦେଶକ ଏ. ଆର୍ ରହମାନ ପ୍ରମୁଖ । ସନ୍ଧ୍ୟା ୬.୩୦ରୁ ଏହି ଉଦ୍ଘାଟନୀ ଉତ୍ସବରେ ଆରମ୍ଭ ହେଉଥିବା ବେଳେ ୮ ଟାରୁ ମ୍ୟାଚ୍ ଆରମ୍ଭ ହେବ ।
ଆଇପିଏଲରେ ବୋଲରଙ୍କ ପ୍ରଭାବ କମୁଥିବାରୁ ଚଳିତ ଆଇପିଏଲରେ ବୋଲରଙ୍କୁ ସୁହାଇବା ପାଇଁ ନୂଆ ନିୟମ ହେବ । ବୋଲରମାନେ ଗୋଟିଏ ଓଭରରେ ଗୋଟିଏ ବାଉଁନସର ପରିବେର୍ତ ଦୁଇଟି ବାଉନ୍୍ସର ପକେଇ ପାରିବେ । ଟି-୨୦ କ୍ରିକେଟରେ ବ୍ୟାଟରଙ୍କ ପ୍ରଭାବ ଅଧିକ ରହୁଥିବାରୁ ଗୋଟିଏ ଓଭରରେ ବୋଲରଙ୍କୁ ଗୋଟିଏ ଦୁଇଟି ବାଉଁନସର ପକାଇପାରିବାର ସୁବିଧା ପ୍ରଦାନ କରାଯାଇଛି ।
ସ୍ମାର୍ଟ ରିଭ୍ୟୁ ନିୟମ ଦ୍ୱାରା ଫିଲ୍ଡ ଅମ୍ପାୟାରଙ୍କୁ ନିଷ୍ପତି ନେବାରେ ଆହୁରି ସହଜ ହେବ । ଉଭୟ ଟିଭି ଅମ୍ପାୟାର ଏବଂ ହକ୍-ଆଇ ଅପରେଟର ଏକାଠି ବସିବେ । ପୂର୍ବରୁ ଟିଭି ଅମ୍ପାୟାର ଏବଂ ହକ୍-ଆଇ ଅପରେଟରଙ୍କ ମଝିରେ ଟିଭି ବ୍ରଡକାଷ୍ଟ ଡିରେକ୍ଟରଙ୍କ ପ୍ରମୁଖ ଭୂମିକା ରହୁଥିଲା । ଟିଭି ଅମ୍ପାୟାରଙ୍କୁ କୌଣସି ନିଷ୍ପତି ନେବାକୁ ହେଲେ ଭାୟା ଟିଭି ବ୍ରଡକାଷ୍ଟ ଡିରେକ୍ଟର ଦ୍ୱାରା ହକ୍-ଆଇ ଅପରେଟରଙ୍କଠାରୁ ଫୁଟେଜ୍ ନେବାକୁ ପଡୁଥିଲା । କିନ୍ତୁ ଏଥର ଏକାଠି ବସିବେ ଟିଭି ଅମ୍ପାୟାର ଏବଂ ହକ୍-ଆଇ ଅପରେଟର୍ କାମ କରିବେ । ଯାହା ଦ୍ୱାରା ରିୁଭ୍ୟ ପାଇଁ ଅଧିକ ସମୟ ନଷ୍ଟ ହେବ ନାହିଁ । ବହୁ ବିଚାର ବିମର୍ଶ ପରେ ବିସିସିଆଇ ଏହି ୨ ନୂଆ ନିୟମ ଆଇପିଏଲରେ ଲାଗୁ କରିବାକୁ ଯାଉଛି । ଯାହା ଫଳରେ ବିଶ୍ୱର ସବୁଠୁ ଧନୀ ଲିଗ୍ ଆହୁରି ରୋମାଚଂକ ହେବ । ଖାସ୍ କରି, ବୋଲର୍ ଏବଂ ଅମ୍ପାୟାରଙ୍କୁ ଟିକେ ଆସ୍ୱସ୍ତି ମିଳିବ ।
ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁହାଁମୁହିଁ ହେବେ । ମ୍ୟାଚ୍ ଚେନ୍ନାଇର ଏଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ଏହି ଷ୍ଟାଡିୟମର ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି କୁହାଯାଉଛି । ଏହା ସହିତ ସ୍ଲୋ ବୋଲରଙ୍କ ପାଇଁ ଏହି ପିଚ୍ ଉପଯୋଗୀ ହୋଇଥାଏ । ପିଚରେ ବଲ୍ ଅଧିକ ଟର୍ଣ୍ଣ କରିଥାଏ । ଫଳରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପିଚରେ ବଡ଼ ସଟ୍ ମାରିବା ସହଜ ହେବ ନାହିଁ ବୋଲି କୁହାଯାଉଛି । ତେବେ ଗତ କିଛି ମ୍ୟାଚରେ ଦେଖାଯାଇଛି ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଛି । ତେବେ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି କୁହାଯାଉଛି ।
ସୂଚନା ଯେ, ଗତ ୧୬ ତମ ଆଇପିଏଲ୍ ସିଜିନରେ ଏହି ପିଚରେ ପ୍ରଥମ ବ୍ୟାଟିଂରେ ହାରାହାରି ୧୭୦ ରନ୍ ସ୍କୋର ହୋଇଥିବା ଦେଖିବାକୁ ମିଳିଥିଲା । ପିଚରେ ରନର ପିଛା କରିବା ସହଜ ହେଉଥିବା କୁହାଯାଉଛି ।