ହର୍ବାଲ ରଙ୍ଗରେ ଖେଳନ୍ତୁ ହୋଲି, ଜାଣନ୍ତୁ ଖେଳିଳା ବେଳେ କଣ ସତର୍କତା ଅବଲମ୍ବନ କରିବେ ଓ କେମିକାଲ ରଙ୍ଗର କୁପ୍ରଭାବ
ପତ୍ୟେକ ବର୍ଷ ଫାଲଗୁନ ମାସରେ ରଙ୍ଗର ପର୍ବ ହୋଲି ଖୁବ ଆନନ୍ଦ ଓ ଉଲ୍ଲାସରେ ପାଳନ କରାଯାଇଥାଏ। ଯାହାକୁ ବେଶ ଧୁମ ଧାମରେ ପାଳନ କରିଥାନ୍ତି ଲୋକେ। ତେବେ ସବୁ ପର୍ବ ଭିତରୁ ନିଆରା ପର୍ବ ହେଉଛି ହୋଲି । ଚାରିଆଡେ ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁ ମାନଙ୍କ ସହ ବେଶ ଉତ୍ସାହର ସହ ଏହି ପର୍ବକୁ ପାଳନ କରିଥାନ୍ତି । ତେବେ ଜାଣି ରଖନ୍ତୁ ହୋଲି ଖେଳିବା ସମୟରେ କଣ ସତର୍କତା ଅବଲମ୍ବନ କରିବେ ।
ସତର୍କତା ଅବଲମ୍ବନ କରନ୍ତୁ :-
-ପ୍ରଥମତ ଅଭିରରେ ହୋଲି ଖେଳିବାକୁ ଚେଷ୍ଟା କରନ୍ତୁ ।
-କୌଣସି ପ୍ରକାରର କେମିକାଲ ରଙ୍ଗ ବ୍ୟବହାର କରନ୍ତୁ ନାହିଁ ।
– ଢିଲା ପୋଷାକ ପିନ୍ଧନ୍ତୁ । ସୁତାରେ ତିଆରି ବସ୍ତ୍ର ପିନ୍ଧି ହୋଲି ଖେଳନ୍ତୁ ।
-ହୋଲି ଖେଳିବା ପୂର୍ବରୁ ଶରୀରରେ ହାଳୁକା ତେଲ ଲଗାଇ ଦିଅନ୍ତୁ । ଫଲରେ ଦେହରେ ରଙ୍ଗ ଲାଗି ନଥାଏ ଏବଂ ସ୍କିନ ଖରାପ ହୋଇନଥାଏ ।
-ମୁଣ୍ଡରେ ଟୋପି ପିନ୍ଧନ୍ତୁ । କାରଣ ହୋଲି ରଙ୍ଗ ମୁଣ୍ଡରେ ଲାଗିଲେ ରୁପି ସମସ୍ୟ ଦେଖାଯାଇଥାଏ ।
-ଚଷମା ପିନ୍ଧି ହୋଲି ଖେଳିବାକୁ ଚେଷ୍ଟା କରନ୍ତୁ । ଫଳରେ ଆପଣଙ୍କ ଆଖିରେ ରଙ୍ଗ ପଡିବାର ଆଶଙ୍କା କମ ରହିଥାଏ ।
-ଯଦି ଆଖିରେ ରଙ୍ଗ ପଡିଯାଉଛି ତେବେ ତୁରନ୍ତ ଏହାକୁ ଥଣ୍ଡା ପାଣିରେ ଧୋଇ ନିକଟସ୍ଥ ମେଡିକାଲରେ ଦେଖାନ୍ତୁ ।
ହର୍ବାଲ ରଙ୍ଗରେ ଖେଳନ୍ତୁ ହୋଲି :-
– ହର୍ବାଲ ରଙ୍ଗ ସାଧାରଣତ ପ୍ରାକୃତିକ ସୁଗନ୍ଧିତଭରା ହୋଇଥାଏ ।
– ଏହି ରଙ୍ଗ ସମ୍ପୂର୍ଣ୍ଣ ସୁରକ୍ଷିତ ।
– ଏହି ରଙ୍ଗର ବ୍ୟବହାର ଦ୍ୱାରା ତ୍ୱଚା ଉପରେ କୌଣସି ପ୍ରଭାବ ପକାଏ ନାହିଁ ।
– ଏହାଛଡ଼ା ହର୍ବାଲ୍ ରଙ୍ଗ ଆଖିକୁ ମଧ୍ୟ କୌଣସି କ୍ଷତି ପହଂଚାଇ ନଥାଏ ।
– ଅନ୍ୟ ରଙ୍ଗ ତୁଳନାରେ ଏହା ଭଲ ବାସ୍ନା ହୋଇଥାଏ ।
– ହର୍ବାଲ ରଙ୍ଗକୁ ଘରେ ପ୍ରସ୍ତୁତ କରିହେବ ।
– ହଳଦୀ ସହ ବେସନ କିମ୍ବା ଅଟା ମିଶାଇ ହଳଦିଆ ରଙ୍ଗ ପ୍ରସ୍ତୁତ କରିହେବ ।
– ସବୁଜ ରଙ୍ଗ ପାଇଁ ମେହେନ୍ଦୀ, କୃଷ୍ଣଚୂଡ଼ାର ଶୁଖିଆ ପତ୍ରର ବ୍ୟବହାର କରିପାରିବେ ।
– ମେହେନ୍ଦୀ ଦ୍ୱାରା ମୁଣ୍ଡ ବ୍ୟଥା ଦୂର ହୋଇଥାଏ । ଏହାସହ ମେହେନ୍ଦୀ ତ୍ୱଚା ଓ ଚୁଟିକୁ ମଜଭୁତ୍ କରିଥାଏ ।
କେମିକାଲ ରଙ୍ଗର କୁପ୍ରଭାବ :–
– କେମିକାଲ୍ ରଙ୍ଗ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ ।
– କେମିକାଲ୍ ସାଧାରଣତ ପାରଦ, ତାପରୋଧକ ପଦାର୍ଥ, ସିଲିକନ ଡାଇଅକ୍ସାଇଡ୍, ଅଭ୍ରରେ ପ୍ରସ୍ତୁତ ହୋଇଥାଏ, ଯାହା ତ୍ୱଚା ଓ ଆଖି ପାଇଁ ବହୁତ ମାରାତ୍ମକ ।
– ଏହି ରଙ୍ଗ ଆଖିକୁ ଗଲେ ଆଲର୍ଜି ଏବଂ ଆଖିର ପତାକୁ କ୍ଷତି ପହଂଚାଇଥାଏ ।
– ତା’ଛଡ଼ା ଏହି ରଙ୍ଗ ତ୍ୱଚାରେ ଲାଗିବା ପରେ ଏହାକୁ ଛଡ଼ାଇବା କଷ୍ଟକର ହୋଇଥାଏ ।
– ଏହି ରଙ୍ଗରେ ଥିବା ରସାୟନିକ ତ୍ୱଚାର କ୍ୟାନସର ସହ ଶରୀର ଭିତରେ ଅନ୍ୟ ଅଂଗର କ୍ୟାନସରର କାରଣ ହୋଇପାରେ ।
– କେମିକାଲ୍ ରଙ୍ଗ କିଡନୀକୁ ମଧ୍ୟ କ୍ଷତି ପହଂଚାଇପାରେ ।
– ହୋଲିର ରଙ୍ଗ କ୍ରୋମିୟନ ହୋଇଥାଏ, ଯାହା ନିଶ୍ୱାସ ଜରିଆରେ ଫୁସଫୁସରେ ପହଂଚିଥାଏ, ଯାହାଦ୍ୱାରା ବ୍ରୋନିକାଲ୍ ଆସ୍ଥମାର କାରଣ ହୋଇପାରେ ।
– ଛୋଟ ପିଲା ଅଧିକ ମାତ୍ରାରେ କେମିକାଲ୍ ରଙ୍ଗର ବ୍ୟବହାର କରିବା ଦ୍ୱାରା ଏହା ସେମାନଙ୍କର ଶରୀରର ହାଡ଼କୁ ମଜଭୁତ୍ କରିବାରେ ବାଧା ସୃଷ୍ଟି କରିଥାଏ । ଏହାସହ ଏହା ହାଡ଼କୁ ମଧ୍ୟ ଦୁର୍ବଳ କରିଥାଏ ।
– ଏହି ରଙ୍ଗ ଯେତେବେଳେ ଫୁସଫୁସକୁ ଯାଇଥାଏ, ଏହା ବିଶେଷକରି ପିଲାମାନଙ୍କୁ ନିମୋନିଆ ରୋଗରେ ଆକ୍ରାନ୍ତ କରିଥାଏ ।