ହୋଲି ପାଇଁ ବାସ୍ତୁ ଉପାୟ : ପ୍ରସନ୍ନ ହେବେ ଦେବାଦେବୀ, ବର୍ଷସାରା ମିଳିବ ଶୁଭଫଳ
ଫାଲଗୁଣ ମାସ ପୂର୍ଣ୍ଣିମାରେ ହୋଲିର ପର୍ବ ସାରା ଦେଶରେ ଧୁମଧାମରେ ପାଳନ କରାଯାଏ। ଏହି ଦିନ ପ୍ରତ୍ୟେକ ପରସ୍ପର ମଧ୍ୟରେ ଥିବା ମତଭେଦକୁ ଦୂର କରିଥାଆନ୍ତି। ଏହାସହ ରଙ୍ଗ ଲଗାଇ ଏହାର ପାଳନ କରିଥାଆନ୍ତି। ଶାସ୍ତ୍ର ଅନୁଯାୟୀ, ହୋଲିଦିନ ଭଗବାନ ବିଷ୍ଣୁ, ଶ୍ରୀକୃଷ୍ଣ, ରାଧା ରାଣୀ, ମା’ଲକ୍ଷ୍ମୀ ଆଦି ଦେବା ଦେବୀଙ୍କୁ ବିଧି ସହ ପୂଜା କରି ଥାଆନ୍ତି। ଏହାସହ ପ୍ରଭୁଙ୍କୁ ରଙ୍ଗ ଅର୍ପଣ କରନ୍ତୁ। ଏହାଦ୍ୱାରା ପ୍ରଭୁ ପ୍ରସନ୍ନ ହେବା ସହ ବର୍ଷସାରା ଏହାର ଶୁଭଫଳ ମିଳିଥାଏ। ଜାଣନ୍ତୁ ହୋଲି ଦିନ କିଛି ବାସ୍ତୁ ଉପାୟ ଆପଣାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ..
ହୋଲିକୁ ରଙ୍ଗର ପର୍ବ ବୋଲି କୁହାଯାଏ। ହୋଲି ଦିନ ପରସ୍ପରକୁ ବିଭିନ୍ନ ପ୍ରକାରର ରଙ୍ଗ ଲଗାଇଥାଆନ୍ତି। ଏହା ବ୍ୟତୀତ
ହୋଲି ପର୍ବରେ ଆପଣଙ୍କ ରାଶି ଅନୁଯାୟୀ ଭାଗ୍ୟର ରଙ୍ଗ ମଧ୍ୟ ଉଜ୍ଜ୍ୱଳ ହେବ । ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ଅଟେ । ଜ୍ୟୋତିର୍ବିଦଙ୍କ ଅନୁସାରେ ମଣିଷ ଶରୀର ଉପରେ ରଙ୍ଗର ବୈଜ୍ଞାନିକ ଓ ଜ୍ୟୋତିଷ ପ୍ରଭାବ ଉଭୟ ପଡ଼ିଥାଏ । ରଙ୍ଗ ମନୁଷ୍ୟର ମନୋଭାବକୁ ପ୍ରଭାବିତ କରିଥାଏ । ଅନୁକୂଳ ରଙ୍ଗ ମନୋବଳକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।
ଘରେ ସୁଖସମୃଦ୍ଧି ପ୍ରବେଶ କରିବାର ମାର୍ଗ ହେଉଛି ମୁଖ୍ୟ ଦ୍ୱାର। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟ ଦ୍ୱାରରେ ଭଗବାନ ସୂର୍ଯ୍ୟଦେବତାଙ୍କ ପ୍ରତିମା କିମ୍ବା ଫଟୋ ଲଗାଇବା ଉଚିତ୍। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ପରିବାର ସଦସ୍ୟ ରୋଗ ଠାରୁ ଦୂରେଇ ରୁହନ୍ତି।
ହୋଲିରେ ନିଜ ଶୟନ କକ୍ଷରେ ରାଧାକୃଷ୍ଣଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ପରସ୍ପର ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ। ବାସ୍ତୁ ଅନୁଯାୟୀ ହୋଲି ପର୍ବରେ ରାଧାକୃଷ୍ଣଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ପରସ୍ପର ମଧ୍ୟରେ କଳହ ମଧ୍ୟ ଦୂର ହୋଇଥାଏ।
ବାସ୍ତୁ ଅନୁଯାୟୀ, ଗ୍ରହ ଦୋଷ ଦୂର କରିବା ପାଇଁ ସୁଖସୟ ଦାମ୍ପତ୍ୟ ଜୀବନ ପାଇଁ ହୋଲି ଦିନ ଘରେ ମନିପ୍ଲାଣ୍ଟ ଓ ତୁଳସୀ ବୃକ୍ଷ ଲଗାଇବା ଶୁଭଙ୍କର। ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ଘରେ ଶାନ୍ତିର ବାତାବରଣ ରହିଥାଏ। କଳହ ଦୂର ହୋଇଥାଏ। ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ।
ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲେ, ହୋଲିକା ଦହନ ଦିନ ୫ଟି ଲବଙ୍ଗକୁ ମୁଣ୍ଡ ଉପରେ ବୁଲାଇ ହୋଲିକା ଦହନ ହେଉଥିବା ସ୍ଥାନରେ ଏହାକୁ ପକାଇ ଦିଅନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। କଳହ ଦୂର ହୋଇଥାଏ।
ହୋଲି ଦିନ ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ। ଭୋଜନ ପରେ ମିଠା ନିଶ୍ଚୟ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଘରେ ସୁଖସମୃଦ୍ଧି ପ୍ରବେଶ କରିବା ସହ ପତିପତ୍ନୀଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ବୃଦ୍ଧି ହୋଇଥାଏ।