‘ମୁଡ୍ ଅଫ୍ ଦି ନେସନ’ ସର୍ଭେ ରିପୋର୍ଟ ! ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଜାତୀୟ ସର୍ଭେ ରିପୋର୍ଟ। ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । କେବଳ ରାଜ୍ୟ ନୁହେଁ ଦେଶରେ ମଧ୍ୟ ଲୋକପ୍ରିୟ ନବୀନ । ‘ମୁଡ୍ ଅଫ୍ ଦି ନେସନ’ ସର୍ଭେ ରିପୋର୍ଟରେ ଜନପ୍ରିୟ ନେତା ଭାବେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ନବୀନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।
୨୦୦୦ ମସିହାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ଥିବା ନବୀନ ଲୋକପ୍ରିୟତାରେ ୫୨.୭% ରେଟିଂ ପାଇଛନ୍ତି । ପଞ୍ଚମ ପାଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ଦେଶର ଶ୍ରେଷ୍ଠ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନିଜ ସ୍ଥାନକୁ ବଜାୟ ରଖିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସର୍ଭେ ରେଟିଂରେ ମିଳିଛି ୫୧.୩ ପ୍ରତିଶତ । ହିମନ୍ତଙ୍କୁ ସର୍ଭେରେ ୪୮.୬% ରେଟିଂ ମିଳିଛି । କିଏ ଦେଶର ସବୁଠାରୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ ? ଜାତୀୟସ୍ତରରେ ଏ ସର୍ଭେରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ୪୨.୬% ପାଇ ୪ର୍ଥ ସ୍ଥାନ ଅଧିକାର କରିଥିବାବେଳେ ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ୪୧.୪% ପାଇ ୫ମ ସ୍ଥାନରେ ରହିଛନ୍ତି ।