ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତ ! ପ୍ରଦୂଷଣ ଭିତରେ ଦିଲ୍ଲୀ ଓ ନୋଏଡ଼ାର କିଛି ସ୍ଥାନରେ ହାଲୁକା ବର୍ଷା
ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତ । ବାୟୁ ପ୍ରଦୂଷଣ ଭିତରେ ପାଣିପାଗରେ ହଠାତ ପରିବର୍ତ୍ତନ । ଦିଲ୍ଲୀ ଓ ନୋଏଡ଼ାର କିଛି ସ୍ଥାନରେ ହାଲୁକା ବର୍ଷା । ଫଳରେ ଲୋକେ କିଛିଟା ଆଶ୍ବସ୍ତି ହୋଇଛନ୍ତି । ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସିଭିୟର କାଟାଗୋରୀରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସୂଚନା ଦେଇଛି । ଅଶୋକ ବିହାରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୬୨, ଆରକେ ପୁରମରେ ୪୬୧ ଓ ପଞ୍ଜାବୀ ବାଗରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୬୦ ରହିଛି ।
ଦିଲ୍ଲୀରେ ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ଯ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି । ଦିଲ୍ଲୀ ଏନସିଆରରେ ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଆଗୁଆ ଶୀତ ଛୁଟି କରାଯାଇଛି । ଦିଲ୍ଲୀ ଆଖପାଖ ରାଜ୍ୟରେ ପ୍ରଦୂଷଣ ବଢ଼ିବା ଯୋଗୁ ଏହା ପ୍ରଦୂଷିତ ହେଉଥିବା କୁହାଯାଉଛି ।