ରଥଯାତ୍ରା ଓ ବାହୁଡ଼ାରେ ଛେରା ପହଁରା କରିବେ ଗଜପତି ମହାରାଜ

ପୁରୀ : ଚଳିତବର୍ଷ ରଥଯାତ୍ରା ଓ ବାହୁଡ଼ାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ହିଁ ଛେରା ପହଁରା ନୀତି କରିବେ ବୋଲି ମଙ୍ଗଳବାର ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । କୋଭିଡ କଟକଣାର ନିୟମ ପାଳନ କରିବା ସହିତ ୧୪୪ ଧାରା ଜାରି କରାଯାଇ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଗଜପତି କହିଛନ୍ତି । ପୂର୍ବରୁ କରୋନା ସଂକ୍ରମଣ ଦର୍ଶାଇ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଗଜପତି ମହାରାଜ ଛେରା ପହଁରା ନୀତି କରିନଥିଲେ ତାଙ୍କ ବଦଳରେ ଗଜପତିଙ୍କ ପ୍ରତିନିଧି ଭାବରେ ମୁଦିରସ୍ଥ ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା ନୀତି ସମ୍ପନ କରିଥିଲେ । ଏହା ପର ଠାରୁ ଦ୍ୱନ୍ଦ ବଢଇଥିଲା କି ରଥ ଯାତ୍ରାରେ ଗଜପତି ମହାରାଜ ଛେରା ପହଁରା କରିବେ ନା ନାହିଁ । ଅନ୍ୟପଟେ ରାଜ୍ୟରେ ପୁରୀକୁ ଛାଡି ଅନ୍ୟ ସବୁ ସ୍ଥାନରେ ରଥଯାତ୍ରା ବନ୍ଦ ନିଷ୍ପତିକୁ ଗଜପତି ମହାରାଜ ସ୍ୱାଗତ କରିଥିବା ବେଳେ ରଥ ଯାତ୍ରାକୁ ଗଜପତି ମହାରାଜ ମୁଖ୍ୟ ସ୍ଥାନ ଦେଇଛନ୍ତି ବୋଲି କହିଛନ୍ତି ଓ ଏହା ଆମ ପାଇଁ ଗର୍ବର ବିଷୟ ହୋଇଥିବାରୁ ସେ ନିଜେ ହିଁ ଛେରା ପହଁରା କରିବେ ବୋଲି ସୂଚନା ଦେଇଛନ୍ତି ।
ରଥାରୂଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ସେବାୟତ ନରହିବା ପାଇଁ ଦଇତାପତିଙ୍କ ସହ ଆଲୋଚନାରେ ଗଜପତି ଅନୁରୋଧ କରିଛନ୍ତି । ଦେଶର ଅନ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ବନ୍ଦ ନେଇ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଗଜପତି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି । ଶ୍ରୀମନ୍ଦିର ଆଦି ଓ ମୂଳପୀଠ । ଏହାର ସେବପୂଜା, ରୀତିନୀତି ଓ ପରମ୍ପରା ସ୍ଵତନ୍ତ୍ର ହୋଇଥିବା ସେ କହିଛନ୍ତି । ତେବେ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରମକୋର୍ଟ । ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାକୁ ଖାରଜ କରିଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟ୍ଲିରେ ରଥଯାତ୍ରା କରିବା ଲାଗି ଆବେଦନ ହୋଇଥିଲା । ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଓଡିଶାର ଅନ୍ୟ ସ୍ଥାନରେ ରଥାଯାତ୍ରା ଆୟୋଜନ କରିବାକୁ ଦାଖଲ ଆବେଦନର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି। ଗତବର୍ଷ ତୂଳନାରେ ଚଳିତ ବର୍ଷ କରୋନା ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ସ୍ଥିତି ଅଧିକ ଜଟିଳ ଥିବାରୁ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥ ଯାତ୍ରା ଆୟୋଜନକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।