ନାବାଳକଙ୍କୁ ପଥରରେ ଛେଚି ହତ୍ୟା, ୩ ଜଣ ସହପାଠୀଙ୍କୁ ପଚରାଉଚରା କରୁଛି ପୋଲିସ
ରାଉରକେଲା : ସୁନ୍ଦରଗଡ଼ ବଳୁଘାଟ ଅଞ୍ଚଳରେ ଅଘଟଣ । ନାବାଳାକଙ୍କୁ ପଥରରେ ଛେଚି ହତ୍ୟା । ମୃତ ନାବାଳକ ରୁଦ୍ର ପାଢୀ ବୟସ ୧୪ ବର୍ଷ ବୋଲି ଜଣାପଡିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ରୁଦ୍ରର ତିନି ନାବାଳକ ସାଙ୍ଗଙ୍କୁ ହେପାଜତକୁ ପୋଲିସ ନେଇ ଛାନ୍ଭିନ୍ ଜାରି ରଖିଛି ।
ସୂଚନା ଯେ, ଗତ ସୋମବାର ଠାରୁ ନିଖୋଜ ଥିଲେ ରୁଦ୍ର ପାଢୀ । ଏନେଇ ରଘୁନାଥପାଲି ଥାନାରେ ମିସିଂ ରିପୋର୍ଟ ହୋଇଥିଲା । ଶେଷରେ ମଙ୍ଗଳବାର ଦିନ ନିଖୋଜ ନାବାଳକଙ୍କ ମୃତଦେହ ଠାବ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ନାବାଳକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସୂଚନା ରହିଛି । ମୃତ ନାବାଳକ ଏଲ୍ଆଇସି କଲୋନୀ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ ।
ଆଜି ସକାଳେ ନାବାଳକଙ୍କ ମୃତଦେହ କଚଡ଼ା ପୁଲିଆ ନିକଟେର ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କିଏ ଓ କାହିଁକି ନାବାଳକଙ୍କୁ ହତ୍ୟା କଲା ଜଣା ପଡିନାହିଁ। ଘଟଣାରେ ପୋଲିସ ରୁଦ୍ରଙ୍କ ୩ ଜଣ ସହପାଠୀଙ୍କୁ ଅଟକ ରଖି ପଚରାଉଚରା କରୁଛି।