ବାଲେଶ୍ଵର : ଗଣେଶ ପୂଜା ଭୋଗ ଖାଇ ୪୦ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ବାହାନଗା : ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅନ୍ତର୍ଗତ ପଣପଣା ପଞ୍ଚାୟତ ସରସତିଆ ଜେନା ସାହିରେ ଅଘଟଣ । ଗଣେଶ ପୂଜା ଭୋଗ ଖାଇ ୪୦ ଜଣ ଅସୁସ୍ଥ । ୨୦ ଜଣ ଅସୁସ୍ଥ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟ ୨୦ ଜଣଙ୍କୁ ମେଡିକାଲ ଟିମ୍ ଗାଁରେ ଚିକିତ୍ସା କରିଛନ୍ତି। ଗଣେଶ ପୂଜା ପରେ ଗାଁ ଲୋକେ ଅପରାହ୍ନରେ ସମସ୍ତେ ପଞ୍ଚାମୃତ ଭୋଗ ସେବନ କରିଥିଲେ। ଯେଉଁମାନେ ପ୍ରସାଦ ସେବନ କରିଥିଲେ, ଆଜି ଭୋରରୁ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଭୋଗ ଖାଇଥିବା ଲୋକଙ୍କ ଅସୁସ୍ଥତା ପଛରେ ଫୁଡ୍ ପଏଜନ ସନ୍ଦେହ କରାଯାଉଛି।
ସୂଚନା ମୁତାବକ ଏହି ଗ୍ରାମର ୧୫ନମ୍ବର ୱାର୍ଡ ଜେନା ସାହିରେ ଗତ ମଙ୍ଗଳବାର ଗଣେଶ ପୂଜା କରାଯାଇଥିଲା । ପ୍ରସାଦ ସେବନର ବି ଆୟୋଜନ କରାଯାଇଥିଲା। ତେବେ ସବୁ ସରିବା ପରେ ଗତକାଲି ବିଳମ୍ବିତ ରାତି ସମୟରେ ଝାଡ଼ାବାନ୍ତି ଲାଗି ରହିଥିବା ଦେଖିବାକୁ ମିଳିଛି । ପାଖାପାଖି ୩୫ରୁ ଅଧିକ ବ୍ୟକ୍ତି ଗୁରୁତର ଅବସ୍ଥାରେ ଖନ୍ତାପଡା ଗୋଷ୍ଠୀ ଡାକ୍ତରଖାନାରେ ଚିକିତ୍ସାଧିନ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଖବରପାଇ ଏକ ଡ଼ାକ୍ତରୀଦଳ ଗ୍ରାମରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।