ଆଜି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ, ମା’ ସମଲେଶ୍ବରୀଙ୍କ ପାଖରେ ଲାଗି ହେବ ନବାନ୍ନ
ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ଘରେ ଘରେ ଉତ୍ସାହର ମାହୋଲ । ପିଠାପଣାର ମହକରେ ମହକୁଛି ଘର। ତିଆରି ଚାଲିଛି ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନ। ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ । ଦୂରଦୂରାନ୍ତରେ ରହୁଥିବା ପରିବାର ଓ ଆତ୍ମୀୟ ଘରକୁ ଫେରିଛନ୍ତି । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବାର ପର୍ବ ହେଉଛି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ।
ନୂଆଁଖାଇ ପାଇଁ ଚଳଚଞ୍ଚଳ ମା’ ସମଲେଶ୍ୱରୀଙ୍କ ପିଠ । ଆଜି ମା’ଙ୍କୁ ନୁଆଁ ବେଶ କରାଯିବ । ମା’ ନୂଆ ଶାଢ଼ୀ, ଚୁଡ଼ି, ଗହଣା, ମନ୍ଦାର ମାଳ ଆଦିରେ ନୂତନ ବେଶ ହେଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ବୁଧବାର ସକାଳ ୧୦.୨୭ ମିନିଟ ରୁ ୧୦.୪୨ ମିନିଟ ମଧ୍ୟରେ ନବାର୍ଣ୍ଣ ଲାଗି ହେବ।ଏଥିପାଇଁ ମନ୍ଦିରରେ ସକାଳ ୬ ଟାରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିଛି । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।
ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ କାଲି ନବାନ୍ନ ଲାଗି ହେବ । ଚାଷୀ ତାର ଉତ୍ପାଦିତ ପହିଲି ଶସ୍ୟକୁ ନିଜର ଜମିରେ ପୂଜା କଲା ପରେ ଇଷ୍ଟଦେବୀଙ୍କୁ ଅର୍ପଣ କରି ନବାନ୍ନ ଗ୍ରହଣ କରିଥାନ୍ତି । ନୂଆଁ ଖାଇବା ପରେ ଭେଟଘୋଟ ହୋଇଥାଏ । ଗୁରୁଜନମାନଙ୍କୁ ସମସ୍ତେ ଜୁହାର କରିବାର ପରମ୍ପରା ରହିଛି ।
ଆଜି ସକାଳ ୧୦ଟା ୨୭ରୁ ୧୦ଟା ୪୨ ଭିତରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆଙ୍କ ନବାର୍ଣ୍ଣ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ ପୂଜକଙ୍କ ଘରେ ପ୍ରସ୍ତୁତ ହେଉଛି।ଏହାପରେ ସମସ୍ତ ଏକାଠି ନୂଆ ଖାଇବେ । ନୂଆ ଖାଇବା ପରେ ଗୁରୁଜନଙ୍କୁ ଜୁହାର କରି ଘରର ଛୋଟମାନେ ଆଶୀର୍ବାଦ ନେଇ ଥାଆନ୍ତି । ଅନ୍ୟପଟେ ନୂଆଖାଇ ପାଇଁ ଚାଲିଛି ନାଚଗୀତର ପ୍ରସ୍ତୁତି । ପଶ୍ଚିମ ଓଡିଶାର ଡାଲଖାଇ, ରସରକେଳି, ମାଇଲାଜଡ଼, ଚୁଟୁକୁଚୁଟାରେ ଦୁଲୁକୁଛି ଗାଁ ଦାଣ୍ଡ ।