ପଞ୍ଚଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସାହିତ୍ୟିକା ଓ ସାମ୍ବାଦିକା ଗୀତା ମେହେଟ୍ଟା
ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସାହିତ୍ୟିକା ଓ ସାମ୍ବାଦିକା ଗୀତା ମେହେଟ୍ଟା। ଦିଲ୍ଲୀ ଲୋଧି ରୋଡ୍ ସ୍ମଶାନରେ ଗୀତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅବଦୁଲ କଲାମ ରୋଡ଼ରେ ଥିବା ପୈତୃକ ବାସଭବନରୁ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଶ୍ଣଶାନକୁ ନିଆଯାଇଥିଲା। ଏକମାତ୍ର ପୁଅ ଆଦିତ୍ୟ ସିଂହ ମେହେଟ୍ଟା ମୁଖାଗ୍ନି ଦେଇଥିଲେ। ଗୀତାଙ୍କ ଭାଇ ପ୍ରେମ ପଟ୍ଟନାୟକ, ନବୀନ ପଟ୍ଟନାୟକଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ ।
ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗୀତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ଶେଷ ବିଦାୟ ଜଣାଇଥିଲେ। ବିଜେଡି ସାଂସଦ ପିନାକୀ ମିଶ୍ର, ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ଅନଙ୍ଗ ଉଦୟ ସିଂହଦେଓ ଓ ବିଜେପି ରାଷ୍ଟ୍ରୀୟ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯେ, ଗତ ଶନିବାର ଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।