ବ୍ରାଜିଲ୍ରେ ଭୟଙ୍କର ବିମାନ ଦୁର୍ଘଟଣା, ୧୪ ମୃତ
ବ୍ରାଜିଲିଆ : ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା । ବ୍ରାଜିଲ୍ର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ଆମାଜନ ରାଜ୍ୟରେ ଫ୍ଲାଇଟ୍ କ୍ରାସ୍ କରିବା ଯୋଗୁ ୧୪ଜଣଙ୍କ ମୃତ୍ୟୁ । ଏଥିରେ ୨ଜଣ କ୍ରିଉ ମେମ୍ବର ଥିବା ବେଳେ ୧୨ ଜଣ ପର୍ଯ୍ୟଟକ ଯାତ୍ରା କରୁଥିଲେ । ତେବେ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରାରମ୍ଭରୁ ପ୍ରଶାସନ କାର୍ଯ୍ୟ ଚଳାଇଛି। ଏପଟେ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗ ଓ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଜ୍ୟପାଳ ୱିଲ୍ସନ୍ ଲିମା ।
ଆମାଜନ ଗଭର୍ଣ୍ଣର ୱିଲସନ୍ ଲିମାଙ୍କ ସୂଚନା ଦେଇ କହିଛନ୍ତି ଯେ, ବିମାନ କ୍ରାସରେ ୧୨ ଯାତ୍ରୀଙ୍କ ସହିତ ୨ କ୍ରିଉ ଷ୍ଟାଫ ପ୍ରାଣ ହରାଇଛନ୍ତି । ଇଏମବି-୧୧୦ ବିମାନ ଆମାଜନ ରାଜଧାନୀ ମାନାଉସରୁ ବ୍ରାସେଲସ୍ ଯାଉଥିଲା । ୯୦ ମିନିଟର ଯାତ୍ରା ବେଳେ ରିଓ ନେଗ୍ରୋରେ ଖସି ପଡ଼ିଥିଲା ।
ସୂଚନା ଅନୁସାରେ, ସମସ୍ତ ପର୍ଯ୍ୟଟକ ସ୍ପୋର୍ଟ ଫିସିଂ ପାଇଁ ଯାଉଥିଲେ । ବ୍ରାଜିଲ୍ ସିଭିଲ୍ ଡିଫେନ୍ସର ସୂଚନା ଅନୁସାରେ, ବିମାନର ୧୨ ଯାତ୍ରୀଙ୍କ ସହ ପାଇଲଟ୍ ଓ କୋ-ପାଇଲଟ୍ ରହିଥିଲେ । ସମସ୍ତଙ୍କ ମୃତ୍ୟୁ ହୋଇଛି । ବିମାନ ଅବତରଣ ସମୟରେ ପ୍ରବଳ ବର୍ଷା ହେଉଥିଲା । ଖରାପ ପାଗ ଯୋଗୁ ଅବତରଣ ବେଳେ ଫ୍ଲାଇଟ୍ କ୍ରାସ କରିଥିବା କୁହାଯାଉଛି ।
ମ୍ୟାନୌସ୍ ଏରୋଟ୍ୟାକ୍ସି ଏୟାର୍ଲାଇନ୍ ବିବୃତି ଜାରି କରି ସୁନିଶ୍ଚିତ କରିଛି ଯେ, ଘଟିଥିବା ଦୁର୍ଘଟଣା ଉପରେ ସବିଶେଷ ତଦନ୍ତ ଚାଲିଛି। କିନ୍ତୁ ଏଥିରେ ମୃତାହତଙ୍କ ବିଷୟରେ କୌଣସି ସଠିକ୍ ବିବରଣୀ ନାହିଁ। କିନ୍ତୁ, ଏକ ରିପୋର୍ଟ ଅନୁସାରେ, ବିମାନଟି ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍ରୁ ୯୦ ମିନିଟ୍ ଉଡ଼ାଣ ଦୂରତାରେ ଅବସ୍ଥିତ ବର୍ସେଲୋସ୍ ଅଭିମୁଖେ ଯାଉଥିଲା। ତେବେ ସେହି ସମୟରେ ବିମାନଟି ଅବତରଣ କରୁଥିବା ବେଳେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେତେବେଳକୁ ବ୍ରାଜିଲ୍ ସମୟ ପାଖାପାଖି ଅପରାହ୍ନ ୩ଟା ହୋଇଥିଲା। ଏହି ଦୁର୍ଘଟଣାରେ କେହି ବଞ୍ଚି ନ ଥିବା କଥା ବ୍ରାଜିଲ୍ ର ସବୁ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଅବତରଣ ବେଳେ ପ୍ରବଳ ବର୍ଷା ହେଉଥିଲା। ସମ୍ଭବତଃ ଖରାପ ପାଗ ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ରିପୋର୍ଟରେ କୁହାଯାଇଛି ।