ବାଲେଶ୍ୱର : ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ଚମକିଲେ ନୀଳଗିରି ପୁଅ, ପାଇଲେ ରୌପ୍ୟ ପଦକ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ପାଇଁ ଗର୍ବ ଗୌରବ ସାଉଁଟିଛନ୍ତି ୧୪ ବର୍ଷୀୟ ବାଳକ। ବାଳକ ଜଣକ ହେଉଛନ୍ତି ନୀଳଗିରି ଘାଟଘରସାହିର ବାବାଜୀ ବେହେରା ଓ ପ୍ରିୟଙ୍କା ବେହେରାଙ୍କ ପୁତ୍ର କ୍ରୀଷ୍ଣା ବେହେରା। ସେ କରାଟେରେ ରୌପ୍ୟ ପଦକ ପାଇ ଅଞ୍ଚଳ ପାଇଁ ଗୌରବର ପାତ୍ର ପାଲଟିଛନ୍ତି।
ଗତ ସେପ୍ଟେମ୍ବର ୧୦ ତାରିଖରେ ରାଜ୍ୟ କରାଟେ ସଂଘ ପକ୍ଷରୁ ଉତ୍କଳ କରାଟେ ସ୍କୁଲ ପରିସରରେ ୩୪ ତମ ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତା ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିଲା।କ୍ୟାଡେଟ -୭୦ କେଜି ବର୍ଗରେ ନୀଳଗିରିର କ୍ରୀଷ୍ଣା ବେହେରା ଅଂଶଗ୍ରହଣ କରି ସୁନ୍ଦର ଖେଳ ପ୍ରଦର୍ଶନ କରି ଅଳ୍ପେକ ପ୍ରଥମ ସ୍ଥାନରୁ ବଞ୍ଚିତ ହୋଇ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଥକ ପାଇଥିଲେ।ଏହି ବର୍ଗରେ ବିଭିନ୍ନ ଜିଲ୍ଲାର ୧୦ ଜଣ ଦକ୍ଷ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ ପ୍ରତିଯୋଗି ମାନଙ୍କୁ ମାତ ଦେଇ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ନୀଳଗିରି ପୁଅ କ୍ରୀଷ୍ଣା।ପ୍ରତ୍ୟହ ୩ ରୁ ୪ ଘଣ୍ଟା ପରିଶ୍ରମ କରିବା ସହିତ ଗୁରୁ ସମୀର ତାଲ୍ଡିଙ୍କ ତତ୍ତ୍ବାବଧାନରେ ଏହି ସଫଳତା ହାସଲ କରିପାରିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି କ୍ରୀଷ୍ଣା।ଏହି ପୁରଷ୍କାର ସମାରୋହରେ ରାଜ୍ୟ କରାଟେ ସଂଘର ଅଧ୍ୟକ୍ଷ ହରିପ୍ରସାଦ ପଟ୍ଟନାୟକ ଅମସାର ସମ୍ପାଦକ ଗୌରୀ ମହାନ୍ତି ଉପସ୍ଥିତ ରହି ପୁରଷ୍କୃତ କରିଥିଲେ।