ଅଭିନବ ଉପାୟରେ ଗୋ ଚାଲାଣ! ବସରୁ ୧୨ ଗୋରୁ ଉଦ୍ଧାର

ବାଲେଶ୍ଵର : ରାଜ୍ୟରୁ ଗୋ ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ ସମୟରେ ଚୋରା ଲୁଚାରେ ଗୋଚାଲାଣ ହେଉଥିବାବେଳେ ଏହା ଜବତ ହୋଇଥାଏ । ବିଶେଷ କରି ବାଲେଶ୍ଵରରେ ଅଭିନବ ଉପାୟରେ ଗୋ ଚାଲାଣ ଦେଖିବାକୁ ମିଳିଛି । ବସରେ ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋରୁ। ବସରେ ଥିଲା ୧୨ରୁ ଊର୍ଦ୍ଧ୍ବ ଗୋରୁ ।
ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ଖନ୍ତାପଡ଼ା ପୋଲିସ ଦ୍ବାରା ଚଢ଼ାଉ ହୋଇଥିଲା । ଗୋରୁ ଗୁଡ଼ିଙ୍କୁ ମୂର୍ମୁଷ ଅବସ୍ଥାରେ ଉଦ୍ଧାର ପରେ ମା ଭାରତୀ ଗୋଶାଳା କେନ୍ଦ୍ରରେ ପୋଲିସ ଛାଡିଥିଲା । ଗୋ ମାଫିଆ ଏହି ଗୋରୁ ମାନଙ୍କୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି ।