ହାତୀ ଆକ୍ରମଣରେ ଦୁଇ ବନ କର୍ମଚାରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜର ବେଣାପୁରା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ଫରେଷ୍ଟର ଓ ଜଣେ ପ୍ରୋଟେକ୍ଟସନ ଆସିଷ୍ଟାନାସ କର୍ମଚାରୀ ଅଟନ୍ତି।
ଗତ କିଛି ଦିନ ଧରି ବେତନଟୀ ଓ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଫଳରେ ଲୋକେ ଭୟଭୀତ ଅଛନ୍ତି। ଯାହାକୁ ନେଇ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଜାରି ରହିବା ସହ ଜନସାଧାରଣ ଓ ଜନବସତିକୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରଖିଥିଲା । ଏହି ପରିପ୍ରେକ୍ଷୀରେ ଗତ ରବିବାର ରାତିରେ ହାତୀଙ୍କୁ ଘଉଡାଉଥିବାବେଳେ ହାତୀ ଆକ୍ରମଣରେ ବଡାମପୁର ଫରେଷ୍ଟର ପ୍ରଦୀପ ଦେହୁରୀ ଏବଂ ଅସ୍ଥାୟୀ ପିଏ ଯତୀନ କିସ୍କୁ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଅଧିକ ଗୁରୁତର ହେବାରୁ ଫରେଷ୍ଟର ପ୍ରଦୀପଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।