ବାହାନଗା ଟ୍ରେନ ଟ୍ରାଜେଡି, ସିବିଆଇରେ ହାଜର ହେଲେ ଦୁଇ ରେଳ କର୍ମଚାରୀ
ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ତଦନ୍ତ ଜୋରଦାର । ସିବିଆଇରେ ହାଜର ହେଲେ ଦୁଇ ରେଳ କର୍ମଚାରୀ । ସେମାନଙ୍କ ମଧ୍ୟରେ ଷ୍ଟେସନ ମାଷ୍ଟର ଏ ଏସ ପଟ୍ଟନାୟକ ଓ ସେଦିନ ଦାୟିତ୍ୱରେ ଥିବା ଷ୍ଟେସନ ମାଷ୍ଟର ଶଶୀ ଭୂଷଣ ମହାନ୍ତି ବି ହାଜର ହୋଇଛନ୍ତି । ଚନ୍ଦକା ଥାନାରେ ଦୁଇ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି ।
ଅନ୍ୟପଟେ ମାମଲାରେ ଆଜି ସରିବ ୩ ଅଭିଯୁକ୍ତଙ୍କ ରିମାଣ୍ଡ । ରିମାଣ୍ଡ ସରିବା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହଜାର ହେବେ ଅଭିଯୁକ୍ତ । ତିନି ଅଭିଯୁକ୍ତ ହେଲେ ସିନିଅର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଅନ ପପୁ କୁମାର ।
ସୂଚନା ଯେ, ଗିରଫ ୩ ରେଳ ଅଧିକାରୀଙ୍କୁ ମାରାଥନ୍ ଜେରା କରୁଛି ସିବିଆଇର ସ୍ୱତନ୍ତ୍ର ଟିମ୍ । ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା, ଏହା ପଛରେ ଷଡ୍ଯନ୍ତ୍ର ରହିଛି କି, ଏସବୁ ଦିଗରେ ସିବିଆଇ ଅଧିକ ତଦନ୍ତ ଚଳାଇଛି ।ସେହିପରି ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ହାଜର ହୋଇ ସେମାନେ ନିଜର ପକ୍ଷ ରଖିବେ । ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା ପରେ ଛାଡ଼ିଦେଇଛି ସିବିଆଇ । ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ।