ଭାରତରେ ଟେସଲା ପ୍ଲାଣ୍ଟ ସ୍ଥାପନ କରିବା ଲକ୍ଷରେ ଏଲନ ମସ୍କ, ୨୦ ଲକ୍ଷରୁ ଆରମ୍ଭ ହେବ କାର୍ ମୂଲ୍ୟ
ନୂଆଦିଲ୍ଲୀ : ଆମେରିକାର ପ୍ରସିଦ୍ଧ ଇଲେକ୍ଟ୍ରିକ୍ କାର୍ ନିର୍ମାତା ଟେସଲା ଭାରତ ଆସିବାକୁ ଚେଷ୍ଟା ଜାରି ରଖିଛି। ସିଇଓ ଏଲନ ମସ୍କ ଭାରତରେ ଟେସଲା ପ୍ଲାଣ୍ଟ ନିର୍ମାଣ ପାଇଁ ନିବେଶକୁ ନେଇ ମୋଦୀ ସରକାରଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛି। ଏକ ରିପୋର୍ଟ ଅନୁଯାୟୀ, ଟେସଲା ଭାରତରେ ବାର୍ଷିକ ୫,୦୦,୦୦୦ ଇଭି ତିଆରି କରିବା ଭଳି କ୍ଷମତା ବିଶିଷ୍ଟ କାର୍ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ପ୍ରସ୍ତାବ ରଖିଛି। ଏହାଦ୍ବାର ଟେସଲା କାର୍ ଦାମ ଭାରତରେ ୨୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଯିବ।
ଟେସଲାର ଚୀନ୍ରେ କାରଖାନା ରହିଛି ଆଉ ଏବେ କମ୍ପାନି ଇଣ୍ଡୋ- ପାସିଫିକ୍ କ୍ଷେତ୍ରର ଅନ୍ୟ ବଜାରରେ ଗାଡ଼ି ଯୋଗାଇବା ପାଇଁ ଭାରତକୁ ବେସ୍ ଭାବରେ ଦେଖୁଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ପଦକ୍ଷେପ ସକାରାତ୍ମକ ହେବ। କାରଣ ଏଥିରେ ଭାରତରେ ଉତ୍ପାଦନ ଏବଂ ରପ୍ତାନୀ ଉଭୟ ସାମିଲ୍ ରହିଛି। ରିପୋର୍ଟ ଅନୁଯାୟୀ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ପ୍ରତିନିଧିଙ୍କ ଚର୍ଚ୍ଚା ଚାଲିଛି ଏବଂ ଏହାର ଫଳାଫଳ ସକାରାତ୍ମକ ହେବା ନେଇ ଆଶା ରହିଛି। ଏହା ପୂର୍ବରୁ ଟେସଲାର ସିଇଓ କହିଥିଲେ ଯେ, ଭାରତ ସୌର ଶକ୍ତି, ସ୍ଥିର ବ୍ୟାଟେରୀ ପ୍ୟାକ ଏବଂ ଇଲେକ୍ଟ୍ରିକ୍ ବାହନ ସମେତ ସ୍ଥାୟୀ ଶକ୍ତି କ୍ଷେତ୍ରରେ ନିଜକୁ ମଜବୁତ କରୁଛି। ସୂଚନାଥାଉକି, ପିଏମ ମୋଦୀ ପୂର୍ବରୁ ହିଁ ନିଜ ଆମେରିକା ଗସ୍ ସମୟରେ ମସ୍କଙ୍କ ସହ ସାକ୍ଷାତକାର କରିଥିଲେ। ସାକ୍ଷାତକାର ପରେ ମସ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରି କହିଥିଲେ ଯେ ସେ ମୋଦୀଙ୍କ ବହୁତ ବଡ଼ ଫ୍ୟାନ୍।
ସୂଚନା ଯେ, ଏହା ପୂର୍ବରୁ ଟେସଲା ଭାରତରେ ପ୍ରବେଶ ପାଇଁ ଥିବା ସରକାରୀ ନିୟମକୁ ନେଇ ଦ୍ବନ୍ଦ୍ବ ରହିଥିଲା। ପ୍ରକୃତରେ ଭାରତ ସରକାର ସର୍ତ୍ତ ଥିଲା କମ୍ପାନୀକୁ ତାର ଗାଡ଼ି ଭାରତରେ ଆସେମ୍ବଲ କରିବାକୁ ପଡିବ ବୋଲି କୁହାଯାଇଥିଲା। ଏହା ପରେ କମ୍ପାନୀ ଭେଣ୍ଡର ଭାବେ କାମ କରିପାରେ। ତେବେ ଗତମାସରେ ଏସମସ୍ୟାର ମଧ୍ୟ ସମାଧାନ ହୋଇଥିଲା। ଟେସଲା ଭାରତ ସରକାରଙ୍କର ସେହି ସବୁ ସର୍ତ୍ତ ମାନିଥିଲା।