ରାଜ୍ୟରେ ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ୨୨୭.୨ ମିଲିମିଟର ବର୍ଷା ରେକର୍ଡ
ଭୁବନେଶ୍ୱର : ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ ପହିଲାରୁ ଆଜି ୮ ଜୁଲାଇ ମଧ୍ୟରେ ୨୨୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି , ଯାହା ସ୍ୱାଭାବିକ ବର୍ଷା ୨୮୬.୮ ମିଲିମିଟର ତୁଳନାରେ ୨୪ ପ୍ରତିଶତ କମ୍ ରହିଛି । ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୩୧.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି , ଯାହା କି ସ୍ୱାଭାବିକ ବର୍ଷା ୨୭୮.୮ ମିଲିମିଟର ତୁଳନାରେ ୫୫ ପ୍ରତିଶତ ଅଧିକ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଜୁନ ପହିଲାରୁ ଆଜି ଯାଏଁ କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ୧୨୩.୫ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକ ବର୍ଷା ୩୪୦.୬ ମିଲିମିଟର ତୁଳନାରେ ୬୪ ପ୍ରତିଶତ କମ୍ ରହିଛି ।