ଆଇପିଏଲ-୨୦୨୩ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ, ପ୍ରଥମେ ବ୍ୟାଟିଂ କରିବ ଗୁଜରାଟ
ଅହମ୍ମଦାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୫ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ମଙ୍ଗଳବାର ସନ୍ଧ୍ୟା ସାଢେ ୭ଟା ସମୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରିବ।
ଉଭୟ ଦଳ ପାଇଁ ଆଜିର ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଶେଷ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଠାରୁ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଗୁଜରାଟ ଟାଇଟନ୍ସ ମୋଟ୍ ୬ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ଲାଭ କରିଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ସୁଧା ୬ଟି ମ୍ୟାଚ୍ ଖେଳି ୩ଟିରେ ଜିତିଛି।
ଗୁଜରାଟ ଟାଇଟାନ୍ସ : ରିଦ୍ଧିମାନ ସାହା (ଓ୍ବିକେଟ କିପର), ଶୁଭମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଅଭିନାଭ ମନୋହର, ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ମହମ୍ମଦ ଶାମି, ଅଲଜାରି ଜୋସେଫ, ମୋହିତ ଶର୍ମା ରହିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ୱିକେଟ କିପର), କ୍ୟାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ଟିମ ଡେଭିଡ, ତିଲକ ଭର୍ମା, ଅର୍ଜୁନ ତେନ୍ଦୁଲକର, ହ୍ରିତିକ ଶୋକିନ, ଜୋଫ୍ରା ଆର୍ଚ୍ଚର, ପୀୟୁଷ ଚାୱଲା, ଜେସନ ବେହେରେଣ୍ଡର୍ଫ ପ୍ରମୁଖ ଅଛନ୍ତି।