ରାଜ୍ୟରେ ଆଉ ୩,୩୧୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩ହଜାର ୩୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୮୯୬ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୪୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୩ହଜାର ୭୮୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୧୬ ଜଣ ଥିବାବେଳେ ବାଲେଶ୍ୱରରୁ ୩୯୭ଜଣ, ବରଗଡ଼ରୁ ୪୭ଜଣ, ଭଦ୍ରକରୁ ୧୬୩ଜଣ, ବଲାଙ୍ଗୀରରୁ ୧୦ଜଣ, ବୌଦ୍ଧରୁ ୧୬ଜଣ, କଟକରୁ ୫୬୬ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୬୯ଜଣ, ଗଜପତିରୁ ୧୨ଜଣ, ଗଞ୍ଜାମରୁ ୧୮ଜଣ, ଜଗତସିଂହପୁରରୁ ୧୩୦ଜଣ, ଯାଜପୁରରୁ ୧୯୪ଜଣ, ଝାରସୁଗୁଡ଼ାରୁ ୧୧ଜଣ, କଳାହାଣ୍ଡିରୁ ୩୧ଜଣ, କନ୍ଧମାଳରୁ ୨୩ଜଣ, କେନ୍ଦ୍ରାପଡ଼ାରୁ ୧୩୪ଜଣ, କେନ୍ଦୁଝରରୁ ୬୫ଜଣ, ଖୋର୍ଦ୍ଧାରୁ ୪୪୦ଜଣ, କୋରାପୁଟରୁ ୫୯ଜଣ, ମାଲକାନଗିରିରୁ ୭୧ଜଣ, ମୟୁରଭଞ୍ଜରୁ ୧୯୯ଜଣ, ନବରଙ୍ଗପୁରରୁ ୯୯ଜଣ, ନୟାଗଡ଼ରୁ ୧୧୧ଜଣ, ନୂଆପଡ଼ାରୁ ୪ଜଣ, ପୁରୀରୁ ୧୭୫ଜଣ, ରାୟଗଡ଼ାରୁ ୪୩ଜଣ, ସମ୍ବଲପୁରରୁ ୨୯ଜଣ, ସୋନପୁରରୁ ୧୭ଜଣ, ସୁନ୍ଦରଗଡ଼ରୁ ୩୬ଜଣ ଏବଂ ରାଜ୍ୟ ପୁଲ୍ରୁ ୯୦ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୦୩,୭୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୬୭,୪୦୨ ଜଣ ସୁସ୍ଥ ହୋଇଥିବା ବେଳେ ୩୨ହଜାର ୪୦୪ଜଣ ସକ୍ରିୟ ମାମଲା ରହିଛି ।