ହନୁମାନ ଜନ୍ମୋତ୍ସବରେ ନବରଙ୍ଗପୁରରେ ଜନ ସମୁଦ୍ର ,ଜୟ ଶ୍ରୀ ରାମ ନାରାରେ ପ୍ରକମ୍ପିତ ହେଲା ସହର
ନବରଂଗପୁର : ହନୁମାନଙ୍କ ଜନ୍ମୋତ୍ସବ ଉପଲକ୍ଷେ ନବରଙ୍ଗପୁର ସହରରେ ଜୟ ଶ୍ରୀରାମଙ୍କ ନାରାରେ କମ୍ପିଲା । ସ୍ଥାନୀୟ ଚାମୁରିଆଗୁଡା ଠାରୁ ଆରମ୍ଭ କରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଭବ୍ଯ ଶୋଭାଯାତ୍ରାରେ ବାହାରିଥିଲା । ଏହାକୁ ପରିଚାଳନା କରିବା ପାଇଁ ନିରବଚ୍ଛିନ୍ନ ଭାବରେ ଏକ ମାସ ପୂର୍ବରୁ ପ୍ରସ୍ତୁତି ବୈଠକ ହିନ୍ଦୁ ଏକତା ବାହିନୀ ପକ୍ଷରୁ ପ୍ରୟାସ ଜାରୀ କରାଯାଇଥିଲା ଏବଂ ତାହାକୁ ସଫଳ ରୂପାୟନ ହନୁମାନଙ୍କ ଜନ୍ମୋତ୍ସବ କରାଯାଇଥିଲା । ଏହି ଶୋଭାଯାତ୍ରାରେ ୧୫ହଜାରରୁ ଉର୍ଦ୍ଧ୍ୱ ଅବାଳବୃଦ୍ଧବନୀତା ଯୋଗ ଦେଇଥିଲେ । ସମ୍ବଲପୁର ସାମ୍ପ୍ରତିକ ଦଙ୍ଗାକୁ ଆଖିଆଗରେ ରଖି କୌଣସି ଅଶାନ୍ତ ପରିବେଶକୁ ଏଡାଇବା ସକାଶେ ପୋଲିସର ଛାଉଣୀ ରହିଥିଲା । ଶାନ୍ତିଶୃଙ୍ଖଳାର ସହିତ ଜାତି,ଧର୍ମ,ବର୍ଣ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ,ବ୍ୟବସାୟିକ ସଂଘ ଆଦି ଏଠି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ । ସହରର ଗୌଡସାହିର ପ୍ରସିଦ୍ଧ ଆଖଡା ବ୍ୟତୀତ ଅନ୍ୟ ଦୁଇ ଗୋଟି ଆଖଡା ଛକ ସ୍ଥାନ ମାନଙ୍କରେ ପ୍ରଦର୍ଶିତ କରାଯାଇଥିଲା । ବିଶେଷ କରି ମହିଳାମାନଙ୍କ ବେଶଭୂଷା ଓ ଛୋଟ ଛୋଟ ପୁଅଝିଅ ମାନେ ବିଭିନ୍ନ ବେଶ ଆକର୍ଷଣୀୟ ଶ୍ରୀରାମ ଓ ହନୁମାନ ବେଶ ପରିଧାନ କରି ସଭା ଯାତ୍ରାରେ ଭାଗ ନେବା ସମସ୍ତଙ୍କୁ ବେଶ୍ ଆକର୍ଷିତ ରହିଥିଲା । ସହରର ଦୁଇ କଡରେ ସଭାଯାତ୍ରା ଦେଖିବାକୁ ଲୋକଙ୍କ ଭିଡ ଖୁବ ଜମି ରହିଥିଲା । କେଇ ଘଣ୍ଟା ପାଇଁ ଗାଡି ମଟର ପ୍ରବେଶ ବନ୍ଦ କରାଯାଇ ବାଇପାସକୁ ଛଡାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ଆନ୍ଧ୍ର,ଛତିଶଗଡ ରାଜ୍ୟ ସମେତ କଳାହାଣ୍ଡିର ଘୁମୁରାପାଲା,ବିଭିନ୍ନ ସ୍ଥାନର ଘଣ୍ଟଘଣ୍ଟା,ସଂକୀର୍ତ୍ତନ ମଣ୍ଡଳୀ,ରାୟଗଡା ଜିଲ୍ଲାରୁ ପ୍ରଦର୍ଶନୀ,ସ୍ଥାନୀୟ ତିନୋଟି ପାଇକ ଆଖଡା,ବାଜାବାଜଣା ସହ ବାଣ ଫୁଟାଇ ଯାଇଥିଲା । ସହରକୁ ସମ୍ପୂର୍ଣ ଭାବରେ ଗୌରିକ ରଙ୍ଗର ପତାକା ଓ ବାନା ଦ୍ୱାରା ସଜ୍ଜିତ କରାଯାଇଥିଲା । ହନୁମାନଙ୍କ ଜନ୍ମୋତ୍ସବ ଅବସରରେ ବିଭିନ୍ନ ସ୍ଥାନରେ ଲୋକଙ୍କ ନିମନ୍ତେ ପିଇବା ପଣାର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ଓ କିଛି ସ୍ଥାନରେ ଶୁଦ୍ଧ ଭାବରେ ରନ୍ଧନ ଖାଦ୍ୟ ଦିଆଯାଇଥିଲା । ଜୟ ଶ୍ରୀରାମଙ୍କ ନାରାରେ ସହର ଦୁଲୁକିଥିଲା । ଏହି ମଙ୍ଗଳମୟ ପରିବେଶ ମଧ୍ୟରେ କଂଗ୍ରେସ,ବିଜେପି,ବିଜେଡି ତଥା ଅନ୍ୟାନ୍ୟ ଦଳର ନେତୃବୃନ୍ଦ ଉପସ୍ଥିତ ରହି ଲୋକାରଣ୍ୟ ଏବଂ ଜୟ ଶ୍ରୀରାମ ଧ୍ୱନୀ ମଧ୍ୟରେ ନିଜ ସ୍ୱର ମିଶେଇ ଥିଲେ । କୋରନା ମହାମାରୀ ପରଠାରୁ ଏହି ମହୋତ୍ସବ ପାଳନ କରିବାର ବିଶେଷ ମହତ୍ତ୍ୱ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ବାଲୁକାଶିଳ୍ପି ସୁବ୍ରତ ହନୁମାନଙ୍କ ମୂର୍ତ୍ତୀ ତିଆରି କରି ଆକର୍ଷଣ ପାଲଟିଥିଲେ ।