ଔପଦା ଆଞ୍ଚଳିକ ମହୋତ୍ସବ ଉଦ୍ଯାପିତ
ଔପଦା : ଔପଦା ଆଞ୍ଚଳିକ ମହୋତ୍ସବ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମିଳିମିଶି ଅଞ୍ଚଳର ବିକାଶ ପାଇଁ ଆହ୍ୱାନ ଦେଇଥିଲେ। ଔପଦା ଅଞ୍ଚଳରେ ଥିବା ପୁରାତନ ଶୈବପିଠ, ପଞ୍ଚଲିଙ୍ଗେଶ୍ୱର କଥାକୁ ବଖାଣିବା ସଙ୍ଗେ ଆଦିବାସୀଙ୍କର ବିକାଶ କଥାକୁ ପ୍ରକାଶ କରି ଏହି ଅଞ୍ଚଳରେ ଥିବା ଅଭାବ ଅସୁବିଧାକୁ ଜିଲ୍ଲାପ୍ରଶାସନ ପାଖରେ ପହଞ୍ଚାଇବା ପାଇଁ କହିବା ସଙ୍ଗେ ଗ୍ରାମାଞ୍ଚଳ ପରିବେଶରେ ହେଉଥିବା ମହୋତ୍ସବକୁ ଧନ୍ୟବାଦ ଦେଇଥିଲେ ।
ମହୋତ୍ସବ ପକ୍ଷରୁ ପ୍ରସ୍ତୁତ ମାଟିର ମହତ୍ୱ ପୁସ୍ତକକୁ ଉନ୍ମୋଚନ କରିବା ସଙ୍ଗେ ଉତ୍କଳ ଦିବସରେ ରଙ୍ଗୋଲି କାର୍ଯ୍ୟକ୍ରମର ଯୋଗ ଦେଇଥିବା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ପୁରସ୍କୃତ କରିଥିଲେ । ଜିଲାପାଳ ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କୁ ମହୋତ୍ସବ ପକ୍ଷରୁ ପ୍ରସ୍ତୁତ ମାନପତ୍ରକୁ ପ୍ରଦାନ କରିଥିଲେ ।ଉଦଯାପନୀ ସନ୍ଧ୍ୟାରେ ଆଞ୍ଚଳିକ ମହୋତ୍ସବର ସଭାପତି ଅଶୋକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଔପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ବିସିବିପ୍ସା ପାତ୍ର, ବିଡ଼ିଓ ଅଭିଷେକ ଦାଶ, ତହସିଲଦାର ସତ୍ୟବାନ ନାୟକ, ସମାଜସେବୀ ସନ୍ତୋଷ ଖଟୁଆ, ଜିଲ୍ଲାପରିଷଦ ସଭ୍ୟା ମୁନି ସିଂ, ମହୋତ୍ସବ ଟ୍ରଷ୍ଟର ସଭ୍ୟ ବୈକୁଣ୍ଠ ପୁଥାଳ, ସମ୍ପାଦକ ନରହରି ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।