ଏମସିଏଏମ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର କ୍ଷେତ୍ର ପରିଦର୍ଶନ
ବାରିପଦା : ସ୍ଥାନୀୟ ମହାରାଜପୁର ସ୍ଥିତ ମୟୂରଭଂଜ କଲେଜ ଅଫ ଆକାଉଟେନସି ଆଣ୍ଡ ମ୍ୟାନେଜମେଂଟର ଯୁକ୍ତ ତିନି ଉଦ୍ଭିଦ ବିଜ୍ଞାନ ସମ୍ମାନ ଶେଷ ବର୍ଷ ଛାତ୍ର ଛାତ୍ରୀ ମାନେ ପ୍ରକଳ୍ପ ରିପୋର୍ଟ ଦାଖଲ ନିମନ୍ତେ ଅଧ୍ୟାପକ ଦେବୀଦତ ରାଉତ ଓ ଅଧ୍ୟାପିକା ରୁପମଞ୍ଜରୀ ବେହେରାଙ୍କ ସହିତ ଶିକ୍ଷାଭିତିକ କ୍ଷେତ୍ର ପରିଦର୍ଶନ ନିମନ୍ତେ ଶ୍ୟାମାଖୁନଟା ସ୍ଥିତ ଓୟୁଏଟି ର କୃଷିବିଜ୍ଞାନ କେନ୍ଦ୍ରକୁ ଯାଇଥିଲେ ।ସେଠାରେ ସେମାନେ ପ୍ରଥମେ ହଟିକଲଚର ର ବରିଷ୍ଟ ବୌଜ୍ଞାନିକ ଓ ଡ଼କ୍ଟର ସଂଘମିତ୍ରା ପଟ୍ଟନାୟକ ଙ୍କ ସହିତ ଆଲୋଚନା କରିଥିଲେ । ଶ୍ରୀମତୀ ପଟ୍ଟନାୟକ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ କ୍ଷ ପରେ ଏଗ୍ରୋନୋମି ମୁଖ୍ୟ ଡ଼କ୍ଟର ଜ୍ୟୋତିପ୍ରକାଶ ମିଶ୍ର ପିଲାଙ୍କୁ ୱେଷ୍ଟ ୱାଟର ମ୍ୟାନେଜମେଂଟ, ବିଭିନ୍ନ ପ୍ରଣାଳୀ ରେ ଛତୁ ଚାଷ,ଜିଆ ଖୋତ ପ୍ରସ୍ତୁତି କେନ୍ଦ୍ର, ଆଜଲା ଚାଷ, ଔଷଧୀୟ ବଗିଚା,ଡାଲି ଓ ଧାନ ବିହନ ପ୍ରକ୍ରିୟା କରଣ କେନ୍ଦ୍ର, ପନିପରିବା ଚାରା ଉତ୍ପାଦନ କେନ୍ଦ୍ର,ପୋଷାକ ବଗିଚା, ମେରୀଗଲ୍ଡ ୟୁନିଟ, ଗ୍ୱାଭା ଅର୍କାଡ, ସ୍ୱୟଂଚାଳିତ ପାଣିପାଗ ସଂସ୍ଥା ଇତ୍ୟାଦି ପରିଦର୍ଶନ କୋରାଇବାର ସହିତ ତା ବିଷୟ ରେ ଜ୍ଞାନ ପ୍ରଦାନ କରିଥିଲେ I