ଗୁଡ଼ ଫ୍ରାଇଡେର ତୃତୀୟ ଦିନକୁ ଇଷ୍ଟର ରୂପେ ପାଳନ କରାଯାଏ, ଜାଣନ୍ତୁ କାହିଁକି
ଗୁଡ୍ ଫ୍ରାଇଡେ ଖ୍ରୀଷ୍ଟ ଧର୍ମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କରି ପାଳନ କରାଯାଏ । ଗୁଡ୍ ଫ୍ରାଇଡେ ଦିନ ଚର୍ଚ୍ଚରେ ବିଶେଷ ପ୍ରାର୍ଥନା ସଭା ଆୟୋଜିତ କରାଯାଇଥାଏ । ଏହି ପର୍ବ ପୁରା ଦୁନିଆର ପାଳନ କରାଯାଇଥାଏ । ଇଷ୍ଟର ରବିବାର ପୂର୍ବରୁ ଆସୁଥିବା ଶୁକ୍ରବାର ଦିନ ଗୁଡ଼ ଫ୍ରାଇଡେ ପାଳନ କରାଯାଏ । ଏଥର ଗୁଡ଼ ଫ୍ରାଇଡେ ଏପ୍ରିଲ ୭ ତାରିଖରେ ପାଳନ କରାଯାଉଛି । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ସ୍ୱରୂପ ଏହି ପର୍ବ ପାଳନ କରାଯାଏ । ଇସାଈ ଧର୍ମାବଲମ୍ବୀ ଗୁଡ଼ ଫ୍ରାଇଡେର ୪୦ ଦିନ ପୂର୍ବରୁ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ୪୦ ଦିନ ପରେ ଚର୍ଚ୍ଚ ଓ ଗିରିଜାଘର ମାନଙ୍କରେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ସ୍ମରଣ କରାଯାଇ । ପ୍ରଭୁ ଯୀଶୁ ପ୍ରେମ ଓ କରୁଣାର ସନ୍ଦେଶ ଦେଇଥିଲେ ।
ରୋମ ରାଜାଙ୍କ ଆଦେଶ ଅନୁଯାୟୀ କଲବରିରେ ଶୁକ୍ରବାର ଦିନ ଯୀଶୁଙ୍କୁ ଶୂଳିରେ ଟାଙ୍ଗି ଦିଆଯାଇଥିଲା । ଅନ୍ଧବିଶ୍ୱାସ ଓ ମିଛ କଥା କହୁଥିବା ଧର୍ମଗୁରୁ ଯୀଶୁଙ୍କ ଲୋକପ୍ରିୟତା ଦେଖି ଆତଙ୍କିତ ହୋଇଯାଇଥିଲେ । ଯୀଶୁଙ୍କ ବିଚାର ଲୋକଙ୍କୁ ପ୍ରଭାବିତ କରୁଥିଲା । ଏସବୁ ଦେଖି କିଛି ସ୍ଥାନୀୟ ଲୋକେ ବାଦଶାହଙ୍କୁ ଭଡକାଇବା ଆରମ୍ଭ କଲେ । ଏହାପରେ ପ୍ରଭୁ ଯୀଶୁଙ୍କୁ ଶୂଳିରେ ଟାଙ୍ଗୀବାକୁ ଆଦେଶ ଦିଆଯାଇଥିଲା । ପ୍ରଭୁ ଯୀଶୁ ନିଜ ସମ୍ପୂର୍ଣ ଜୀବନ ଲୋକଙ୍କ କଲ୍ୟାଣ ପାଇଁ ସମର୍ପିତ କରିଦେଇଥିଲେ ।
ଗୁଡ଼ ଫ୍ରାଇଡେର ତୃତୀୟ ଦିନ ଅର୍ଥାତ ରବିବାର ଦିନ ପ୍ରଭୁ ଯୀଶୁ ପୁନଃ ଜୀବିତ ହୋଇଯାଇଥିଲେ । ପ୍ରଭୁ ଯୀଶୁଙ୍କ ପୁନଃ ଜୀବିତ ଘଟଣାକୁ ଇଷ୍ଟର ରବିବାର ରୂପେ ପାଳନ କରାଯାଏ । ଏଥର ଇଷ୍ଟର ଏପ୍ରିଲ ୪ ତାରିଖରେ ପଡୁଛି। ଏହିଦିନ ପ୍ରାତଃ କାଳରେ ପ୍ରାର୍ଥନା କରାଯାଇଥାଏ । କାରଣ ଏହି ସମୟରେ ଯୀଶୁଙ୍କ ପୁନଃରୁଥାନ ହୋଇଥିଲା । ଏହି ସମୟକୁ ସନରାଇଜ ସର୍ଭିସ ମଧ୍ୟ କୁହାଯାଏ । ଗୁଡ୍ ଫ୍ରାଇଡେ ଦିନ ଇସାଙ୍କ ଅନ୍ତିମ ୭ ବାକ୍ୟକୁ ସ୍ମରଣ କରାଯାଇଥାଏ ।