ଆମ ରୋଷେଇ- “ଚିକେନ୍ ମଞ୍ଚୁରିଆନ୍”
ମାରିନେଟ ପାଇଁ :
ବୋନ୍ ଲେସ ଚିକେନ୍ – ୨୫୦ ଗ୍ରାମ
ଅଣ୍ଡା – ୧/୨ ଟି (କେବଳ ଧଳା ଅଂଶ)
ଗୋଲମରିଚ ଗୁଣ୍ଡ – ୧/୮ ଚା’ ଚାମଚ
ସୋୟା ସସ୍ – ୧ ଚା’ ଚାମଚ
ଲଙ୍କା ଗୁଣ୍ଡ – ୨ ଚିମୁଟା
କର୍ଣଫ୍ଲୋର – ୨ ଟେବୁଲ ଚାମଚ
ଚାଉଳ ଗୁଣ୍ଡ – ୧.୫ ଟେବୁଲ ଚାମଚ
ଅଦା-ରସୁଣ ପେଷ୍ଟ – ୧ ଚା’ ଚାମଚ
ଲୁଣ – ଅଳ୍ପ
ତେଲ – ଆବଶ୍ୟକ ଅନୁଯାଇ (ଛାଣିବା ପାଇଁ)
ମଞ୍ଚୁରିଆନ୍ ଗ୍ରେଭି ପାଇଁ :
କଟା ରସୁଣ – ୧ ଟେବୁଲ ଚାମଚ
କଟା ଅଦା – ୧/୨ ଟେବୁଲ ଚାମଚ
ପିଆଜ – ୧ଟି (ମଧ୍ୟମ)
ସୋୟା ସସ୍ – ୧.୫ ଚା’ ଚାମଚ
ଲାଲ ଲଙ୍କା ସସ୍ – ୨ ଟେବୁଲ ଚାମଚ
ଭିନେଗାର – ୧ ଚା’ ଚାମଚ
ଚିକେନ୍ ସ୍ଟକ କିମ୍ବା ପାଣି – ୧ କପ
ଲୁଣ – ଅଳ୍ପ
ଚିନି – ୧/୨ ଚା’ ଚାମଚ (ଯଦି ଲାଲ ଲଙ୍କା ସସ୍ ରେ ଚିନି ନଥାଏ ଅଧିକ ୦.୨୫ ଚା’ ଚାମଚ ଚିନି ବ୍ୟବହାର କରିବେ)
କ୍ୟାପସିକମ୍ କଟା – ୧ କପ
ସରୁ କଟା ପିଆଜ – କିଛି (ସଜାଇବା ପାଇଁ)
ପ୍ରଣାଳୀ :-
ପ୍ରଥମେ ଏକ ପାତ୍ରରେ ଚିକେନ୍ ନେଇ ସେଥିରେ ଅଣ୍ଡା ର ଧଳା ଅଂଶ, ଗୋଲମରିଚ ଗୁଣ୍ଡ, ସୋୟା ସସ୍, ଲଙ୍କା ଗୁଣ୍ଡ, କର୍ଣଫ୍ଲୋର, ଚାଉଳ ଗୁଣ୍ଡ, ଅଦା-ରସୁଣ ପେଷ୍ଟ ଓ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ ।
ଏହାକୁ ଏବେ ଅତି କମରେ ଏକ ଘଣ୍ଟା ପାଇଁ ରଖନ୍ତୁ ।
ଏହାପରେ ପ୍ୟାନରେ ତେଲ ନେଇ ଗରମ କରନ୍ତୁ । ଏଥିରେ ଚିକେନ୍ ଖଣ୍ଡକୁ ପକାଇ ଧିମା ଆଞ୍ଚରେ ଭାଜନ୍ତୁ । ଚିକେନ୍ ଭାଜି ସୁନେଲି ରଙ୍ଗ ହୋଇ ଆସିଲେ ଛାଣି ରଖନ୍ତୁ । ମନେ ରଖିବେ ଯେମିତିକି ଚିକେନ୍ ଭଲ ଭାବରେ ସିଝିବ ଦରକାର ।
ଏକ ପାତ୍ରରେ ୩ ଟେବୁଲ ଚାମଚ ପାଣି ନେଇ ସେଥିରେ କର୍ଣଫ୍ଲୋର ପକାଇ ଭଲଭାବେ ଗୋଳାଇ ରଖନ୍ତୁ ।
ଏବେ ଆଉ ଏକ ଛୋଟ ପାତ୍ରରେ ଭିନେଗାର ଓ ଲାଲ ଲଙ୍କା ସସ୍ ନିଅନ୍ତୁ । ଆପଣ ଚାହିଁଲେ କିଛି ଟମାଟୋ ସସ୍ ବି ନେଇ ପାରନ୍ତି । ପରେ ଏହାକୁ ଭଲ ଭାବେ ଗୋଳାଇ ଅଲଗା କରି ରଖନ୍ତୁ ।
ଏବେ ପ୍ୟାନରେ ଥିବା ତେଲ ସବୁକୁ ଏକ ପାତ୍ରକୁ କାଢି କେବଳ ଅଧା ଟେବୁଲ ଚାମଚ ତେଲ ରଖନ୍ତୁ । ଏବେ ତେଲ ଗରମ କରି କଟା ଅଦା ଓ ରସୁଣ ପକାଇ ଗନ୍ଧ ଯିବା ଯାଏ ଭାଜନ୍ତୁ ।
ଏହାପରେ ପିଆଜ ପକାଇ ହାଲକା ଭାଜନ୍ତୁ । ଏବେ ଏଥିରେ କ୍ୟାପସିକମ୍ ପକାଇ ୨ରୁ ୩ ମିନିଟ ଯାଏ ଭାଜନ୍ତୁ ।
ଏବେ ଆପଣ ଚାହିଁଲେ ଚିମୁଟାଏ ଲଙ୍କା ଗୁଣ୍ଡ (କଲର ପାଇଁ) ଓ ରଖିଥିବା ସସ୍ ପକାନ୍ତୁ ।
ଯେତେବେଳେ ସସ୍ ଫୁଟିବା ଆରମ୍ଭ କରିବ ସେତେବେଳେ ରଖିଥିବା କର୍ଣଫ୍ଲୋର ମିଶ୍ରଣ କୁ ପକାନ୍ତୁ । ଏବଂ ୧ କପ ଚିକେନ୍ ସ୍ଟକ କିମ୍ବା ପାଣି ପକାଇ ଭଲଭାବରେ ମିଶାଇ ରାନ୍ଧନ୍ତୁ ।
ଗ୍ରେଭି ଫୁଟିବା ଆରମ୍ଭ କଲେ ଭଜା ଚିକେନ୍ ପିସ୍ ଗୁଡ଼ିକୁ ପକାଇ ଧିମା ଆଞ୍ଚରେ ୪ ରୁ ୫ ମିନିଟ ଯାଏ ରାନ୍ଧନ୍ତୁ ।
ପରେ ଏହାକୁ ସର୍ଭିଙ୍ଗ ପ୍ଲେଟକୁ ବାହାର କରନ୍ତୁ ଓ କଟା ପିଆଜ ସଜାଇ ଗରମ ଗରମ ଖାଇବାକୁ ଦିଅନ୍ତୁ ।
ଚିକେନ୍ ମଞ୍ଚୁରିଆନ୍ କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ